ମହିଳା ଗୋଷ୍ଠୀରୁ ୨୨ ଲକ୍ଷ ଟଙ୍କା ଠକେଇ ଘଟଣା: ଫେରାର୍ ଦମ୍ପତିଙ୍କୁ ଧରି ପୁଲିସ ଜିମା ଦେଲେ

ଭୁବନେଶ୍ୱର ୦୧/୦୬: ମହିଳା ଗୋଷ୍ଠୀରୁ ୨୨ ଲକ୍ଷ ଟଙ୍କା ଠକେଇ କରି ଫେରାର୍‌ ଥିବା ଦମ୍ପତିିଙ୍କୁ ଧରି ମହିଳାମାନେ ରବିବାର ସନ୍ଧ୍ୟାରେ ନୂଆପଲ୍ଲୀ ଥାନା ପୁଲିସ ଜିମା ଦେଇଛନ୍ତି । ଧରାପଡ଼ିଥିବା ଦମ୍ପତ୍ତି ହେଲେ ମୟୁରଭଞ୍ଜ ଜିଲ୍ଲାର ପ୍ରଶାନ୍ତ ପ୍ରଧାନ(୫୦) ଓ ତାଙ୍କ ପତ୍ନୀ ଅଞ୍ଜନା(୪୩) । ସେମାନେ ସାଲିଆସାହିରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ଏହି ଦମ୍ପତି ସାଲିଆସାହିରେ ଏକ ମହିଳା ଗୋଷ୍ଠୀରୁ ୨୨ ଲକ୍ଷ ଟଙ୍କା ଋଣ ନେଇଥିଲେ । କିନ୍ତୁ ପରେ ସେମାନେ ଆଉ ଟଙ୍କା ସୁଝି ନଥିଲେ । ଗୋଷ୍ଠୀର ସଦସ୍ୟମାନେ ବାରମ୍ବାର ଟଙ୍କା ମାଗିବାରୁ ସେମାନେ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ । ଶେଷରେ ଦମ୍ପତି ଆଉ ଧରାଛୁଆଁ ଦେଇ ନଥିଲେ । ଏନେଇ ମହିଳା ଗୋଷ୍ଠୀର ସଦସ୍ୟ ରହମା ନାୟକ ଓ ଅନ୍ୟ ସଦସ୍ୟମାନେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଠକେଇ ମାମଲା ରୁଜୁକରି ପ୍ରଶାନ୍ତ ଓ ପତ୍ନୀ ଅଞ୍ଜନାଙ୍କୁ ଗିରଫ କରି ଜେଲ ପଠାଇଥିଲା । ପ୍ରଶାନ୍ତ ଓ ଅଞ୍ଜନା ଜାମିନରେ ଆସିବା ପରେ ଏହି ଦମ୍ପତି ମେ’ ୫ ତାରିଖରେ ଋଣ ଟଙ୍କା ସୁଝିଦେବେ ବୋଲି କହି ଏକ ଚେକ୍‌ ଦେଇଥିଲେ । କିନ୍ତୁ ୫ ତାରିଖରେ ଚେକ୍‌ ବାଉନ୍ସ ହୋଇଥିଲା । ପ୍ରଶାନ୍ତ ଓ ଅଞ୍ଜନାଙ୍କୁ ମହିଳାମାନେ ଖୋଜିବା ବେଳକୁ ସେମାନେ ସାଲିଆସାହି ଛାଡ଼ି ପଳାଇଥିଲେ । ତେବେ ଆଜି ପ୍ରଶାନ୍ତ ଓ ଅଞ୍ଜନା ମହିଳା ଗୋଷ୍ଠୀ ସଦସ୍ୟଙ୍କ ହାବୁଡ଼ରେ ପଡ଼ିଥିଲେ । ସନ୍ଧ୍ୟାରେ ସେମାନେ ଦମ୍ପତିଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଜିମା ଦେଇଥିଲେ । ତେବେ ଏହି ଦମ୍ପତି ଟଙ୍କା ସୁଝିବାକୁ ମହିଳା ଗୋଷ୍ଠୀଙ୍କୁ ଆଉ ଏକମାସ ସମୟ ମାଗିଥିଲେ । ଶେଷରେ ଥାନାରେ ଉଭୟପକ୍ଷଙ୍କ ଲେଖାପଢ଼ା ପରେ ବିଳମ୍ବିତ ରାତିରେ ଦମ୍ପତିଙ୍କୁ ଛାଡ଼ି ଦିଆ ଯାଇଥିବା ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ କହିଛନ୍ତି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

୫ ଟଙ୍କାକୁ ନେଇ ବିବାଦ, ସେଲ୍ସମ୍ୟାନଙ୍କୁ ଗୁଳି

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…