୨୨ ହାର୍ଡକୋର ମାଓବାଦୀଙ୍କ ଉପରେ ପୁରସ୍କାର ଘୋଷଣା, ପୋଷ୍ଟର ଜାରି

ଫୁଲବାଣୀ ୩୦/୧୦: ହାର୍ଡକୋର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ସହ ତାଲିକା ଘୋଷଣା କରିଛି କନ୍ଧମାଳ ପୁଲିସ । କେକେବିଏନ୍‌ (କନ୍ଧମାଳ, କଳାହାଣ୍ଡି, ବୌଦ୍ଧ,ନୟାଗଡ଼) ମାଓ ସଂଗଠନର ୨୨ ଜଣ ହାର୍ଡକୋର କ୍ୟାଡର ମାଓବାଦୀଙ୍କ ନାମରେ ପୁରସ୍କାର ରାଶି ନେଇ ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି । କାହାପାଇଁ ଲକ୍ଷେ ତ ଆଉ କାହାପାଇଁ ୫ ଲକ୍ଷ ଟଙ୍କା ରହିଛି । ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାପାଇଁ ଆତ୍ମସମର୍ପଣ କରିବାଲାଗି ମଧ୍ୟ ପୋଷ୍ଟରରେ ଦର୍ଶାଯାଇଛି ।

ସେହିପରି ମାଓବାଦୀଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ଓ ନିଜେ ଆତ୍ମସମର୍ପଣ କଲେ ଘୋଷଣା ହୋଇଥିବା ପୁରସ୍କାର ରାଶି ତାଙ୍କୁ ମିଳିବ ବୋଲି କୁହାଯାଇଛି । ଏଥିସହ ପୋଷ୍ଟରରେ ପୁଲିସ ଯୋଗାଯୋଗ କରିବାପାଇଁ ନମ୍ବର ମଧ୍ୟ ଜାରି କରିଛି । ପୁଲିସ କେକେବିଏନ୍‌ ଡିଭିଜନାର ଦାଶୁ (ଡିଭିସିଏମ-ଡିଭିଜିନାଲ କମିଟି) ନାମରେ ୫ ଲକ୍ଷ, ବଣ୍ଟି (ଡିଭିସିଏମ) ୫ ଲକ୍ଷ, ମାଙ୍କୁ (ଏସିଏମ୍‌-ଏରିଆ କମିଟି ମେମ୍ବର) ୪ଲକ୍ଷ, ଆକାଶ (ଏସିଏମ) ୪ ଲକ୍ଷ, ସିର୍ଜନ (ଏସିଏମ) ୪ଲକ୍ଷ, ଲଖନ (ଏସିଏମ) ୪ଲକ୍ଷ, ମଞ୍ଜୁ (ଏସିଏମ) ୪ ଲକ୍ଷ, ନାନ୍ଦେ (ଏସିଏମ) ୪ ଲକ୍ଷ, ଦୀପିନା (ପିଏମ-ପାର୍ଟି ମେମ୍ବର) ୧ଲକ୍ଷ, ସଙ୍ଗୀତା(ପିଏମ)୧ ଲକ୍ଷ, ରଞ୍ଜିତା (ପିଏମ) ୧ ଲକ୍ଷ ଟଙ୍କା, ମମତା (ଡିଭିସିଏସ) ୫ ଲକ୍ଷ, ଲଳିତ (ଏସିଏମ) ୪ଲକ୍ଷ, ରାମଦାସ (ଏସିଏମ) ୪ଲକ୍ଷ, କରୁଣା (ଏସିଏମ) ୪ ଲକ୍ଷ, ସମିରା (ପିଏମ) ୧ଲକ୍ଷ, ବିଶ୍ୱା (ପିଏମ) ୧ ଲକ୍ଷ, ଅମିତା (ପିଏମ) ୧ ଲକ୍ଷ, ମିତା (ପିଏମ) ୧ ଲକ୍ଷ ଟଙ୍କା ଘୋଷଣା କରିବାସହ ଯୋଗାଯୋଗ ପାଇଁ ୮୨୮୦୪୪୮୭୭୬ ଓ ୭୬୫୫୦୮୩୩୭୬ ଦୁଇଟି ମୋବାଇଲ ନମ୍ବର ଜାରି କରିଛି ପୁଲିସ ।

   ସମ୍ବନ୍ଧିତ ଖବର


ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

ବାରରେ ଭଙ୍ଗାରୁଜା ମାମଲା: ୨ ଯୁବକ ଗିରଫ,୨ଫେରାର୍‌

ବୋଇତ ଭସାଣ ବେଳେ ଅଘଟଣ: ନଦୀରେ ବୁଡି ଜଣେ ଛାତ୍ର ମୃତ

ଚାହାରେ ନିଶା ମିଶାଇ ୩ ଯୁବକଙ୍କୁ ଲୁଟିଲା ଅଟୋଚାଳକ: ପାହାଡ଼ ତଳୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର