PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପୁରୀ,୨୯/୧୦: ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ ଖଣ୍ଡୋଲାଇଟ୍‌ ପଥର ଅଭାବରୁ ଅଟକି ରହିଛି । ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗ ପଥର ଖଣିରୁ ପଥର ଆସିଲେ ଶ୍ରୀମନ୍ଦିରର ଯାବତୀୟ ମରାମତି ହେଉଥିଲା । ବିଗତ ଏକ ବର୍ଷ ଧରି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ମରାମତି କାମ ପଥର ଅଭାବରୁ ଅଟକି ରହିଛି । ତାପଙ୍ଗ ପଥର ଖଣିକୁ ଶ୍ରୀମନ୍ଦିର ପ୍ରଶାସନ ଏବେ ରାଜ୍ୟ ଖଣି ନିଗମ (ଓଏମସି)କୁ ଦେଇ ଦେଇଛି । ଏହି କାରଣରୁ ଏଏସଆଇକୁ ଉଚିତ ମାନର ଖଣ୍ଡୋଲାଇଟ୍‌ ପଥର ମିଳୁନାହିଁ । ଏବେ ଅନଲକ୍‌ କୋହଳ ହେବା ପରେ ଶ୍ରୀମନ୍ଦିର ବାଇଶି ପାହାଚ ମରାମତି ପାଇଁ ପଥର ଖୋଜା ଚାଲିଛି । ଆଖପାଖରେ ନିର୍ଦ୍ଧାରିତ ମାନର ପଥର ମିଳୁ ନାହିଁ । ଜରୁରି ମରାମତି ପାଇଁ ଆବଶ୍ୟକ ଖଣ୍ଡୋଲାଇଟ ପଥର ତାପଙ୍ଗ ଖଣିରୁ ଓଏମସି ଦେଉନାହିଁ ବୋଲି ଏଏସଆଇ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ପଥର ନ ମିଳିଲେ କେବଳ ନାମକୁ ମାତ୍ର ପାହାଚ ପଥର ଯୋଡ଼େଇର ଫାଙ୍କାସ୍ଥାନକୁ ଭରଣା କରାଯିବା ସହ ପଥର ଯୋଡେଇ ସିଲିଂ କରିବାକୁ ପ୍ରସ୍ତୁତି ଚାଲିଛି । ଏନେଇ ପ୍ରଶାସନ ସଚେତନ ନହେଲେ ବାଇଶି ପାହାଚର ମରାମତି ଅସମ୍ପୂର୍ଣ୍ଣ ରହିଯିବା ନେଇ ଆଶଙ୍କା ଜାତ ହୋଇଛି। ଏବେ ବାଇଶି ପାହାଚର ପଥର ଯୋଡେଇ ସ୍ଥିତି ଏବଂ କେତେ ପଥର ଦୁର୍ବଳ ହୋଇଛି ତାହାର ଅନୁଧ୍ୟାନ ଶେଷ ହୋଇଛି । ଏହା ପରେ ଜଏଣ୍ଟ ସିଲିଂ କରାଯିବ । ତେବେ ମରାମତି ପୂର୍ବରୁ ବାଇଶି ପାହାଚର ସ୍ଥିତିକୁ ଡକ୍ୟୁମେଣ୍ଟେସନ କରାଯିବ ବୋଲି ଏଏସଆଇ ଅଧିକାରୀ କହିଛନ୍ତି ।

ଭକ୍ତଙ୍କ ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଶ୍ରୀମନ୍ଦିର ବାଇଶି ପାହାଚ । ଏହି ପାହାଚରେ ଗଡ଼ି ଗଡ଼ି ଭକ୍ତମାନେ ପୁଣ୍ୟ ଅର୍ଜନ କରୁଥିବା ନେଇ ଧର୍ମବିଶ୍ୱାସ ରହିଛି । ସେହିଭଳି ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ଶ୍ରଦ୍ଧାଳୁମାନେ ଆତ୍ମଶାନ୍ତି ପାଉଛନ୍ତି ।

ବର୍ତ୍ତମାନର ସ୍ଥିତି ହେଉଛି ବାଇଶି ପାହାଚର ସମସ୍ତ ପଥର ଯୋଡେଇ ମେଲି ଯାଇଛି । ପାଣି ସୁଅ, ଭକ୍ତଙ୍କ ନିରନ୍ତର ପାଦସ୍ପର୍ଶ ଏବଂ ପାହାଚକୁ ଥଣ୍ଡା ରଖିବାକୁ ମନ୍ଦିର ପ୍ରଶାସନର ପାହତରେ ପାଣି ଛାଡିବା ଆଦି କାରଣରୁ ପଥର ଯୋଡେଇ ମେଲିଯାଇଛି । ଏହି ସବୁ ଫାଙ୍କା ପଥର ଯୋଡେଇର ଜଏଣ୍ଟ ସିଲିଂ ଏବଂ ତା ପରେ ଗ୍ରାଉଟିଂ କରିବାକୁ ଏବେ ଏଏସଆଇ ଅଣ୍ଟା ଭିଡିଛି । ଜଏଣ୍ଟ ସିଲିଂ ପାଇଁ ଏଏସଆଇ କେନ୍ଦ୍ରୀୟ କାର୍ଯ୍ୟାଳୟର ବି ମରାମତି ଅନୁମତି ମିଳିଛି ।