PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

୮ ମାସ ଧରି ଯୁବତୀଙ୍କୁ ବନ୍ଦୀ ରଖି କରାଯାଉଥିଲା ବାରମ୍ବାର ଦୁଷ୍କର୍ମ,ଶେଷରେ ଅଭିଯୁକ୍ତମାନେ ପୀଡିତାଙ୍କୁ ବିକ୍ରି କରିଦେଲେ

https://www.aajtak.in/

ବରନାଲ,୨୭।୨: ପଞ୍ଜାବର ବରନାଲ ସହରରେ ପୁଣିଥରେ ଲଜ୍ୟାଜନକ ଘଟଣା। ୨୨ ବର୍ଷୀୟ ଜଣେ ଯୁବତୀଙ୍କୁ ୮ ମାସ ଧରି ବନ୍ଦୀ ରଖି ବାରମ୍ବାର କରାଯାଉଥିଲା ଦୁଷ୍କର୍ମ। ପୀଡିତାଙ୍କ ବୟାନ ଆଧାରରେ ଦୁଇ ଜଣ ମହିଳାଙ୍କ ସହିତ ୭ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଦିଆଯାଇଛି। ଏହି ୭ ଜଣ ଲୋକଙ୍କ ଭିତରେ ଜଣେ ଶିରୋମଣି ଅକାଳୀ ଦଳ ନେତା ରହିଛି। ସେଭଳି ପୋଲିସ ଦ୍ବାରା ପୀଡିତାଙ୍କୁ ଡରାଇବା ଅଭିଯୋଗରେ ତିନିଜଣ ଥାନା ଅଧିକାରୀଙ୍କୁ ସସପେଣ୍ଡ କରିଦିଆଯାଇଛି। ପୋଲିସ ପୀଡିତାଙ୍କ ମେଡିକାଲ ଟେଷ୍ଟ କରିବା ପରେ ମାଜିଷ୍ଟ୍ରେଟ୍ଙ୍କ ଦ୍ବାରା ପୀଡିତଙ୍କ ବୟାନ ରୁଜୁ କରାଯାଇଛି। ପୀଡିତା ଏବଂ ତାଙ୍କର ପରିବାର ନିଜର ଜୀବନକୁ ବିପଦ ରହିଛି ବୋଲିସ ପୋଲିସଠାରୁ ସୁରକ୍ଷା ମାଗିଛନ୍ତି।

ଏହି ମାମଲାର ସୂଚନା ଦେଇ ପୀଡିତାଙ୍କ ଭାଇ କହିଛନ୍ତି, ଗତ ବର୍ଷ ୨୪ ଜୁନ୍ ୨୦୨୦ରେ ତାଙ୍କ ଘରେ ଭଡାରେ ରହୁଥିବା ଜଣେ ମହିଳା ତାଙ୍କ ଭଉଣୀକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅକାଳୀ ଦଳ ନେତାଙ୍କ ଭାଇ ଘରକୁ ନେଇଯାଇଥିଲେ। ପୂର୍ବରୁ ସେଠାରେ ଶିରୋମଣି ଅକାଳୀ ଦଳର ନେତା, ଜଣେ ତଥାକଥିକ ବାବା ଓ କିଛି ମହିଳାଙ୍କ ସହିତ ୨୦ ରୁ ୨୫ ଜଣ ଲୋକ ଉପସ୍ଥିତ ଥିଲେ। ସେଠାରେ ତାଙ୍କୁ କୋଲ୍ଡ ଡ୍ରିଙ୍କ ପିଇବାକୁ ଦିଆଯାଇଥିଲା, ଯାହାକୁ ପିଇବା ପରେ ତାଙ୍କ ଭଉଣୀଙ୍କ ହୋସ୍ ଉଡିଯାଇଥିଲା। ସେହି ଦିନ ତାଙ୍କର ଭଉଣୀ ସହିତ ଶିରୋମଣି ଅକାଳୀ ଦଳ ନେତା, ତଥାକଥିକ ବାବା ଏବଂ ଅନ୍ୟ ବ୍ୟକ୍ତିମାନେ ଗଣଦୁଷ୍କର୍ମ କରିଥିଲେ।

ପୀଡିତାଙ୍କ ଭାଇ କହିଛନ୍ତି, ତାଙ୍କର ଭଉଣୀ ୧୭ ଦିନ ବରନାଲ ଜିଲ୍ଲାର ଗାଁ ପନ୍ଧେରରେ ରଖାଯାଇଥିଲା ଓ ଏହାପରେ ଜିଲ୍ଲା ସଙ୍ଗରୁର ଏକ ଗାଁରେ ୩ ଦିନ ରଖାଯାଇଛି। ଏହାପରେ ତାଙ୍କ ଭଉଣୀଙ୍କୁ ଭଠିଣ୍ଡା ନେଇକି ଯାଇଥିଲେ, ଯେଉଁଠି ତାଙ୍କୁ ବଳପୂର୍ବକ ବିବାହ କରାଇଥିଲେ ଓ ଏହା ବଦଳରେ ୭୦ ହଜାର ଟଙ୍କା ଅଭିଯୁକ୍ତମାନେ ନେଇଥିଲେ। ବରନାଲ ଥାନାରେ ଏନେଇ ମାମଲା ରୁଜୁ କରିବା ପରେ ଥାନା ଅଧିକାରୀ ତାଙ୍କୁ ଟଙ୍କା ମାଗିଥିଲେ। ଏହାପରେ ସେମାନେ ଏସପିଙ୍କୁ ଦେଖା କରିଥିଲେ, କିନ୍ତୁ ତାଙ୍କୁ ଦେଖା କରିବାକୁ ଦିଆଗଲାନି। ଏହାପରେ ତାଙ୍କର କେସ୍ ଅନ୍ୟ ଥାନା ଅଧିକାରୀଙ୍କୁ ଦିଆଯାଇଥିଲା।  ବରନାଲ ପୋଲିସର ୩ ଜଣ ଥାନା ଅଧିକାରୀ ତାଙ୍କ ଭଉଣୀଙ୍କୁ ଅଭିଯୁକ୍ତଙ୍କ ସପକ୍ଷରେ ବୟାନ ଦେବାକୁ ଧମକ ଦେଇଥିଲେ। ଯେତେବେଳେ ତାଙ୍କ ଭଉଣୀ ଭଣ୍ଠିଣ୍ଡାରେ ଥିଲେ ତାଙ୍କୁ ୩ ଲକ୍ଷ ଟଙ୍କାରେ ବିକ୍ରି କରିବା ନେଇ ଆଲୋଚନା କରୁଥିଲେ। ଏକଥା ତାଙ୍କ ଭଉଣୀ ଶୁଣିବା ପରେ ସେଠାରୁ ଖସିକି ପଳାଇ ଆସିଥିଲେ।

ଏହି ମାମଲାରେ ବରନାଲ ଡିଏସପି ସିଟି ଲଖବୀର ସିଂ ଟିଭାଣା କହିଛନ୍ତି, ଗତ ବର୍ଷ ୧୦ ଜୁଲାଇ ୨୦୨୦ରେ ଏଫଆଇଆର ନମ୍ବର ୩୪୦, ପୀଡିତାଙ୍କ ମା’ଙ୍କ ବୟାନ ଆଧାରରେ ମାମଲା ରୁଜୁ କରାଯାଇଥିଲା। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି। ପୀଡିତା ୭ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି, ତାଙ୍କୁ ଖୁବ୍ ଶୀଘ୍ର ପୋଲିସ ଗିରଫ କରିନେବ।

ସମ୍ବନ୍ଧିତ ଖବର