ହିମାଳୟର ଦୟାରା ବୁଗ୍ୟାଲ୍ ଆରୋହଣ କଲେ ୨୩ ଓଡ଼ିଆ, ୧୨ହଜାର ୫୦୦ ଫୁଟ୍ ଉଚ୍ଚତାରେ ଉଡ଼ାଇଲେ ତ୍ରିରଙ୍ଗା

ଭୁବନେଶ୍ୱର,୨୬/୦୧: କଳିଙ୍ଗ ଡେୟାର ଡେଭିଲ୍ସ ପକ୍ଷରୁ ରବିବାର ଦିନ ୨୩ଜଣିଆ ଓଡ଼ିଶା ଦଳ ହିମାଳୟର ଦୟାରା ବୁଗ୍ୟାଲ୍ ଆରୋହଣ କରିଛନ୍ତି । ଗତ ରବିବାର ଅପରାହ୍ଣ ୧୨.୫୧ରେ ଓଡ଼ିଶା ଦଳ ୧୨,୫୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ପର୍ବତର ଶୀର୍ଷରେ ପହଞ୍ଚି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ । ଏହି ପର୍ବତାରୋହଣ କାର୍ଯ୍ୟକ୍ରମକୁ ଚଳଚ୍ଚିତ୍ର ଅଭିନେତା ବାବୁଶାନ ମହାନ୍ତି ଭୁବନେଶ୍ୱରରେ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।
ଓଡ଼ିଶାର କଳାହାଣ୍ଡିରୁ ସତ୍ୟପିର ପ୍ରଧାନ, ନୃସିଂହ ଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ସୁନ୍ଦର ସାହୁ, କ୍ରିଷ୍ଣା ଭଣ୍ଡାରଘରିଆ, ଆର୍କେ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବାଗ, ଯୋଗେଶ୍ୱର ନାଏକ, ବିଜେ ରାଜେଶ ଭୋଇ, ମୁରାରି ସାହୁ, ନୂଆପଡ଼ାରୁ ସଚିନ ବେହେରା, ହିତେଶ କୁମାର ମେହେର, ମଳୟ କୁମାର ମେହେର, ବଲାଙ୍ଗୀରରୁ ଅମନ ଛତ୍ରିଆ, ଘନ ସତନାମୀ, ନିଲକମଲ ସାହୁ, ଛବିଲାଲ ମେହେର, କନ୍ଧମାଳରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁରରୁ ପ୍ରଦୀପ କୁମାର ସିହ୍ନା, ରାଉରକେଲାରୁ ବୈଦନାଥ ନାରାୟଣ ସିହ୍ନା, ଜଗତସିଂହପୁରରୁ ସାଗର କୁମାର ମଲିକ ପ୍ରମୁଖ ଦୟାର ବୁଗ୍ୟାଲ ଆରୋହଣ କରିଛନ୍ତି ।