PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

୨୩ ତମ ପ୍ରତିଷ୍ଠା ଦିବସ ପାଳନ କଲା ବିଜେଡି, ନିର୍ବାଚନ ନୁହେଁ ଲୋକଙ୍କ ହୃଦୟ ଜିତିବା ହିଁ ଲକ୍ଷ୍ୟ ବୋଲି କହିଲେ ନବୀନ

ଭୁବନେଶ୍ୱର, ୨୬|୧୨:  ବିଜେଡି ଏକ ଦଳ ନୁହେଁ ଏହା ହେଉଛି ଏକ ଆନ୍ଦୋଳନ। ମୋ ବିନା ମଧ୍ୟ ଦଳ ଚାଲିପାରିବ। ଓଡିଶାରେ ସାଢେ ୪ କୋଟି ଲୋକ ଆମ ପରିବାର ବୋଲି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନନୀବ ପଟ୍ଟନାୟକ।

ଆଜି ବିଜୁ ଜନତା ଦଳ ନିଜର ୨୩ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏଥିପାଇଁ ସମସ୍ତ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସକୁ ଧୁମଦାମରେ ପାଳନ କରାଯାଉଛି। ତେବେ ବିଜେଡି ଲଗାତାର ଭାବେ ପଂଚମ ଥର ପାଇଁ ସରକାରକୁ ଆସିବା ପରେ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି। ପୂର୍ବାପେକ୍ଷା ସେମାନେ ଅଧିକ ଉତ୍ସାହିତ ମଧ୍ୟ ଅଛନ୍ତି।  ସେହିପରି ଦଳର ରାଜ୍ୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି। ନବୀନ କହିଛନ୍ତି ଯେ, ନିର୍ବାଟନ ଜିତିବା ବିଜେଡିର ଲକ୍ଷ୍ୟ ନୁହେଁ। ଲୋକଙ୍କ ହୃଦୟ ଜିତିବା ହେଉଛି ଦଳର ମୁଖ୍ୟ ଲକ୍ଷ୍ୟ। ବିଜେଡି ଏକ ଦଳ ନୁହେଁ ଏହା ହେଉଛି ଏକ ଆନ୍ଦୋଳନ। ମୋ ବିନା ମଧ୍ୟ ଦଳ ଚାଲିପାରିବ। ଦଳ କାହା ଉପରେ ନିର୍ଭରଶୀଳ ନୁହେଁ। ଓଡିଶାରେ ସାଢେ ୪କୋଟି ଲୋକ ଆମ ପରିବାର। ରାଜ୍ୟବାସୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ନମ୍ରତାର ସହ କରୁଛୁ ବୋଲି ନବୀନ କହିଛନ୍ତି।

ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରେ ନବୀନ ସରକାରଙ୍କ କାର୍ଯ୍ୟଧାରରେ ଅନେକ ପରିବର୍ତ୍ତନ ଆସିଛି । ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ କରିବାକୁ ମୋ ସରକାର ଓ ୫ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସମସ୍ତ ବିଭାଗକୁ ଧିରେ ଧିରେ ମୋ ସରକାର ଅଧିନକୁ ଅଣାଯାଉଛି । ସଚିବ ଓ ମନ୍ତ୍ରୀ ମାନେ ଗ୍ରାଉଣ୍ଡ ଜିରୋରେ ଅବସ୍ଥା ଦେଖି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି। ଯାହା ରାଜ୍ୟବାସୀଙ୍କୁ ପ୍ରଭାବିତ କରିଛି। ଯେଉଁଠି ପାଇଁ ନବୀନ ସରକାର ପ୍ରଶଂସାର ପାତ୍ର ହୋଇଛନ୍ତି।