ଉପବାସରେ ରାଜ୍ୟସଭାର ଉପ-ସଭାପତି: ଉପରାଷ୍ଟ୍ରପତିଙ୍କୁ ୩ ପୃଷ୍ଠାର ଚିଠି ଲେଖି କହିଲେ- ବହୁତ କଷ୍ଟ ଲାଗିଛି, ସାରା ରାତି ଶୋଇପାରିନି…’

ନୂଆଦିଲ୍ଲୀ,୨୨।୯: କୃଷି ବିଲକୁ ବିରୋଧ କରି ନିଲମ୍ବିତ ହୋଇଥିବା  ସାଂସଦମାନେ ସଂସଦ  ଆଗରେ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷେ ରାଜ୍ୟସଭା ଉପସଭାପତି ହରିବଂଶ ସିଂ ମଧ୍ୟ ୨୪ ଘଣ୍ଟିଆ ଉପବାସ ରହିବାର ନିଷ୍ପତ୍ତି ନେଇଛନ୍ତି। ସେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖି ସମ୍ପୂର୍ଣ୍ଣ ମାମଲାରେ ନିଜର ବେଦନା ପ୍ରକାଶ କରି କହିଛନ୍ତି, ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସେ ଉପବାସରେ ରହିବେ। ଉପବାସ ଆଜି ସକାଳୁ ଆରମ୍ଭ ହୋଇ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଜାରି ରହିବ।

ନିଜର ଚିଠିରେ ଉପସଭାପତି ଲେଖିଛନ୍ତି, ରାଜ୍ୟସଭାରେ ଯାହା କିଛି ହୋଇଥିଲା ତାକୁ ନେଇ ମୁଁ ଖୁବ୍ କଷ୍ଟରେ ଅଛି। ଏଥିପାଇଁ ରାତି ସାରା ଶୋଇ ପାରିନଥିଲି। ତିନି ପୃଷ୍ଠାର ଚିଠିରେ ସେ ଲେଖିଛନ୍ତି, ରାଜ୍ୟସଭାରେ ମୋ ସହ ଯେଉଁଭଳି ଅପମାନଜନକ ବ୍ୟବହାର ହୋଇଥିଲା, ସେଥିପାଇଁ ​‌ମୋତେ ଦିନକର ଉପବାସରେ ରହିବା ଦରକାର। ହୁଏତ ମୋର ଉପବାସ କାରଣରୁ ଏଭଳି ଖରାପ ଆଚରଣ କରିଥିବା ମାନନୀୟ ସଦସ୍ୟଙ୍କ ଭିତରେ ଆତ୍ମଶୁଦ୍ଧିର ଭାବନା ସୃଷ୍ଟି ହେଉ।

ସେଭଳି ଏହା ପୂର୍ବରୁ ଆଜି ସକାଳେ ରାଜ୍ୟସଭା ଉପସଭାପତି ହରିବଂଶ ବିକ୍ଷୋଭ କରୁଥିବା ନିଲମ୍ବିତ ସାଂସଦଙ୍କ ପାଇଁ ଚା ନେଇ ପହଁଞ୍ଚିଥିଲେ, କିନ୍ତୁ ସାଂସଦମାନେ ଚା ପିଇବାକୁ ମନା କରିଦେଇଥିଲେ। ସେମାନେ କହିଥିଲେ, ଆମେ ଏଠାରେ କୃଷକଙ୍କ ପାଇଁ ବସିଛୁ। ନିୟମକୁ ଭାଙ୍ଗି କୃଷକ ବିରୋଧୀ ବିଲ୍ ପାସ୍ କରାଗଲା, ଯଦିଓ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିଲା। ଆପଣ ଚେଷ୍ଟା କଲେନି। ଆମେ ସଂସଦ ପରିସରରେ ବସିଛୁ, କାରଣ କୃଷକଙ୍କ ସହିତ ଧୋକ୍କା ହୋଇଛି।

   ସମ୍ବନ୍ଧିତ ଖବର


କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ

ରାଲିରେ ଏନଡିଏକୁ ରାହୁଲଙ୍କ ଟାର୍ଗେଟ, କହିଲେ- ପୁଣିଥରେ ମୋଦି-ନୀତୀଶ ଆସିଲେ ପକୁଡି ଖୁଆଇ ଦେବ…