PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଆଙ୍ଗୁଳି ଟିପରେ ୧୦୯ ପୁଶ୍ ଅପ୍, ଗୋଟିଏ ମିନିଟ୍‌ରେ ଗିନିଜ ରେକର୍ଡ କଲେ ମଣିପୁର ଯୁବକ, ଦେଖନ୍ତୁ ଭିଡିଓ…

ମଣିପୁର ୨୪/୦୧: ମଣିପୁରର ଜଣେ ୨୪ ବର୍ଷୀୟ ଯୁବକ ଏକ ମିନିଟ୍‌ରେ ଆଙ୍ଗୁଳିଟିପ ସାହାଯ୍ୟରେ ୧୦୯ଟି ପୁଶ୍‌ ଅପ୍‌ କରି ଗିନିଜ୍‌ ରେକର୍ଡ କରିଛନ୍ତି । ସେ ହେଲେ ଥୌନାଓଜାମ୍‌ ନିରଞ୍ଜୋୟ ସିଂହ । ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ କରିବା ଲାଗି ମଣିପୁର ଇମ୍ଫାଲର ଆଜଟେକ୍‌ ଫାଇଟ୍‌ସ ଷ୍ଟୁଡିଓରେ ଆଜ୍‌ଟେକ୍‌ ସ୍ପୋର୍ଟସ୍‌ ପକ୍ଷରୁ ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତା’ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ।

ଏହାପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ଟ୍ୱିଟର ମାଧ୍ୟମରେ ଥୌନାଓଜାମ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ମଣିପୁରୀ ଯୁବକ ଥୌନାଓଜାମ୍‌ଙ୍କର ଅବିଶ୍ୱସନୀୟ ଶକ୍ତି ଦେଖି ଅଭିଭୂତ ହେଲି । ତାଙ୍କର ଏହି ଉପଲବ୍‌ଧିକୁ ନେଇ ମୁଁ ଖୁବ୍‌ ଗର୍ବିତ । ତାଙ୍କୁ ଅନେକ ଅଭିନନ୍ଦନ । ଏହାପୂର୍ବରୁ ଆଙ୍ଗୁଳିଟିପ ସାହାଯ୍ୟରେ ଏକ ମିନିଟ୍‌ରେ ସର୍ବାଧିକ ପୁଶ୍‌ଅପ୍‌ କରିବାର ବିଶ୍ୱ ରେକର୍ଡ ବ୍ରିଟେନ୍‌ର ଗ୍ରାହାମ୍‌ ମାଲେଙ୍କ ନାମରେ ଥିଲା । ସେ ୨୦୦୯ରେ ଏହି ରେକର୍ଡ କରିଥିଲେ । ଆୟୋଜକ ଆଜଟେକ୍‌ ସ୍ପୋର୍ଟସ୍‌ ପକ୍ଷରୁ କୁହାଯାଇଛି ଯେ, ୧୩ ବର୍ଷ ପରେ ଜଣେ ଭାରତୀୟ ମାଲେଙ୍କ ରେକର୍ଡ ଭାଙ୍ଗିବା ଐତିହାସିକ ମୁହୂର୍ତ୍ତ ।

ସମ୍ବନ୍ଧିତ ଖବର