PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||
  • ଫ୍ରାନ୍ସ: ଫାଇଟର ଜେଟ୍ ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଓଲିଭର ଡାସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ
  • ||
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

ଦେଶରେ ପୁଣି ବଢିଲା କରୋନା ମିଟର, ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର୨୬୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, ୨୧/୨ : ସାରା ଦେଶରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ହଜାର ୨୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୦ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଶନିବାର ୧୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।

ଏହି କ୍ରମରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୯,୯୧,୬୫୧କୁ ବୃଦ୍ଧି ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୧,୫୬,୩୦୨କୁ ବୃଦ୍ଧି ହୋଇଛି। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୬୬୭ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ଏହି କ୍ରମରେ ସୁସ୍ଥ ସଂଖ୍ୟା ୧,୦୬,୮୯,୭୧୫କୁ ବୃଦ୍ଧି ହୋଇଛି।

ଏଯାବତ୍ ସାରା ଦେଶରେ ୧,୪୫,୬୩୪ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ୧,୧୦,୮୫,୧୭୩ ଜଣ ସ୍ଵାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର