୨୫ରେ ମାଓବାଦୀଙ୍କ ଓଡ଼ିଶା ବନ୍ଦ ଡାକରା, ଅଡିଓ ଟେପ୍‌ ଜାରି

ରାୟଗଡ଼ା ୧୮/୧୦: ଚଳିତ ମାସ ୨୫ରେ ବନ୍ଦ ପାଳନ ନେଇ ମାଓବାଦୀ ସଂଗଠନ ପକ୍ଷରୁ ଡାକରା ଦିଆଯାଇଛି । ଓଡ଼ିଶା ସମେତ ପୂର୍ବ ଛତିଶଗଡ଼ରେ ଏହାକୁ ପାଳନ କରିବାକୁ ସଂଗଠନ ଆହ୍ୱାନ ଦେଇଛି । ଏ ସମ୍ପର୍କରେ ସିପିଆଇ(ମାଓବାଦୀ) ସଂଗଠନର ବାଂଶଧାରା ଘୁମସୁର ନାଗାବଳି ଡିଭିଜ୍‌ନାଲ କମିଟି ସମ୍ପାଦିକା ମିତା ଏକ ଅଡ଼ିଓ ଟେପ୍‌ ଜାରି କରିଛନ୍ତି । ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ଏହି ଅଡିଓ ପ୍ରଦାନ କରାଯାଇଛି । ବନ୍ଦ କାର୍ଯ୍ୟକ୍ରମରେ ସାଧାରଣ ଲୋକେ ସାମିଲ ହେବାକୁ ମିତା ନିବେଦନ କରିଛନ୍ତି ।

ଅନ୍ୟପକ୍ଷରେ ଏହି ଅଡ଼ିଓ ଟେପ୍‌ ଜାରି ପରେ ପୁଲିସର ତତ୍ପରତା ପ୍ରକାଶ ପାଇଛି । ମିତା କିଏ, ତାହାକୁ ନେଇ ଖୋଲତାଡ୍‌ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ପୂର୍ବରୁ ଏହି କମିଟି ସମ୍ପାଦକ ଭାବେ ଉମାକାନ୍ତ ରହିଥିଲେ । ଉମାକାନ୍ତ ସବୁକିଛି ଅପରେଟ କରୁଥିଲେ । ଏପରିସ୍ଥଳେ, କମିଟି ସମ୍ପାଦିକା ଭାବେ ମିତାଙ୍କୁ ଦର୍ଶାଯାଇ ଏହି ଅଡିଓ ଟେପ୍‌ ଜାରିକୁ ନେଇ ନାନା ପ୍ରଶ୍ନ ଉଠିଛି । ମିତା ସଂଗଠନର ନୂଆ ମୁହଁ ନା ପୁରୁଣା କ୍ୟାଡ଼ର ନୂଆ ନାମରେ ଉଭା ହୋଇଛନ୍ତି ତାହାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି ।

   ସମ୍ବନ୍ଧିତ ଖବର


ଛେଳି ବେପାରୀଙ୍କୁ ବନ୍ଧୁକ ଦେଖାଇ ୧୬ ଲକ୍ଷ ଲୁଟ୍‌

କୋଣାର୍କ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ ଯୋଜନା: ନୂଆ ରିଂରୋଡ୍‌ ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର

ବିଜେପି ନେତା ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ବାପାଙ୍କ ଏସୟୁଭି କାର ଚୋରି

କେନ୍ଦ୍ରାପଡ଼ାରେ ଦ୍ୱିତୀୟ ସମଲିଙ୍ଗୀ ବିବାହ ସମ୍ପନ୍ନ: ଦୁଇ ଯୁବତୀ ପରସ୍ପରକୁ ପିନ୍ଧାଇଲେ ବରଣମାଳା

ପାଇକା ନଦୀରୁ ୪ ମଣିଷ ଖପୁରି ଠାବ: ନରବଳି ସନ୍ଦେହ, ଜଣଙ୍କୁ ଜେରା

DCB ବ୍ୟାଙ୍କ୍ ନିକଟରେ ସଡ଼କ ଦୁର୍ଘଟଣା : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ହାଇଓ୍ବା, ହେଲ୍‌ପର ଗୁରୁତର