PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା –ଅକ୍ଟୋବର ୩୦ ତାରିଖ ଯାଏ ଜେଲରେ ରହିବେ ଆର୍ୟନ ଖାନ୍ , ଆର୍ୟନଙ୍କ ହାଜତ ମିଆଦ ବୃଦ୍ଧ କଲେ ସ୍ୱତନ୍ତ୍ର ଏନ୍ସିବି କୋର୍ଟ
  • ||
  • ନଵମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିଵର୍ତ୍ତନ : ଵର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେଵ
  • ||
  • କଳାହାଣ୍ଡି ମମିତା ମେହେର ହତ୍ୟା ମାମଲା – କେ ଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ୱିତ , କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେଲେ କଳାହାଣ୍ଡି ଏସ୍‌ପି
  • ||
  • ୩ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ
  • ||
  • ପାଡ଼ୁଆ: ଜଙ୍ଗଲରୁ ପାଡ଼ୁଆ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ଥାନା ପୋଲିସ, ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ ଜାରି
  • ||
  • ବଲାଙ୍ଗୀର: ମମିତା ମେହେର ମର୍ଡର ମିଷ୍ଟ୍ରି, ଅଟକ ଜେସିବି ଡ୍ରାଇଭର ଗିରଫ କରିପାରେ ପୋଲିସ
  • ||
  • ରାୟଗଡ଼​‌: ଗୁଣି ଗାରେଡି ସନ୍ଦେହରେ ଟ୍ରିପଲ ମର୍ଡର ଘଟଣା, ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଓ ଦୌରା ଜଜ ଅଦାଲତ
  • ||
  • ଭବାନୀପାଟଣା: ମମିତା ମେହର ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ : ସ୍ମୃତିରାଣୀ ପଟ୍ଟନାୟକ
  • ||
  • ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା, ନଭେମ୍ୱର ପହିଲାରୁ ୟୁନିଫର୍ମ ବାଧ୍ୟତାମୂଳକ
  • ||
  • ପୁରୀ: ଆଜିଠୁ ସେବାୟତଙ୍କ ଡ୍ରେସ୍‌କୋଡ୍, ଶ୍ରୀମନ୍ଦିରରେ ପାରମ୍ପରିକ ବସ୍ତ୍ର ପରିଧାନ କରି ପ୍ରବେଶ କରିବେ ସେବକ
  • ||
  • ବଲାଙ୍ଗୀର: ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ, ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାତାୟତ ଠପ୍
  • ||
  • ଭୁବନେଶ୍ୱର: ଆଜି ଯୁକ୍ତ ୩ ସ୍ପଟ୍‌ ନାମଲେଖା ଆବେଦନ କପି ଦାଖଲ ଶେଷ, ୨୭ରୁ ନାମଲେଖା
  • ||
  • ଭୁବନେଶ୍ୱର: ଆଜିଠୁ ଶୁଖିଲା ପାଗ, ୨୩ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଫେରିଯିବ ମୌସୁମୀ ବାୟୁ
  • ||

କରୋନା କାଳରେ ଏହି କର୍ମଚାରୀଙ୍କୁ ଉପହାର ! ମିଳିବ ୨୫ ହଜାର ଟଙ୍କାର ଯାତ୍ରା ଭତ୍ତା

https://www.jansatta.com/

ନୂଆଦିଲ୍ଲୀ ୯/୮: ଜମ୍ମୁ ଓ କଶ୍ମୀରର ସମସ୍ତ କର୍ମଚାରୀଙ୍କୁ ଶନିବାର ବଡ ଖୁସି ଖବର ମିଳିଛି । ନବନିଯୁକ୍ତ ଉପ-ରାଜ୍ୟପାଳ ମନୋଜ ସିହ୍ନା ଚଳିତ ବର୍ଷ ପ୍ରତି କର୍ମଚାରୀଙ୍କୁ ୨୫,୦୦୦ ଟଙ୍କାର ଯାତ୍ରା ଭତ୍ତା(Travelling Allowance) ଦେବା ପାଇଁ ମଞ୍ଜୁରି ଦେଇଛନ୍ତି । ଏହି ସୂଚନା ଜମ୍ମୁ ଓ କଶ୍ମୀର ସରକାର ଶନିବାର ସେଠାକାର ପ୍ରିନ୍ସପାଲ୍ ସେକ୍ରେଟ୍ରି (ଶକ୍ତି ଏବଂ ସୂଚନା) ରୋହିତ କନ୍ସଲ ଦେଇଛନ୍ତି । ନୂଆ ଏଲଜିଙ୍କ ଏହି ଘୋଷଣା ମୁଖ୍ୟତଃ ୨ଟି ଦିଗରୁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମଟି ଏହି ପଦକ୍ଷେପ କରୋନା କାଳରେ ନିଆଯାଇଛି । ଅନ୍ୟଟି ସିହ୍ନା ସମ୍ଭବତଃ କର୍ମଚାରୀଙ୍କ ହିତକୁ ଧ୍ୟାନରେ ରଖି ଏହି ମଞ୍ଜୁରି ଦେଇଛନ୍ତି ।

ଦ୍ୱିତୀୟ କାରଣ ଏହା କି ୨୫ ହଜାର ଟଙ୍କାର ଏହି ଭତ୍ତା ସମସ୍ତଙ୍କୁ ମିଳିବ । ଯିଏ ଯାତ୍ରା କରୁ କି ନ କରୁ । ଆପଣଙ୍କୁ କହିରଖୁଛୁ ସିହ୍ନା ନିକଟରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ କେନ୍ଦ୍ର ଶାସିତ ଅଞ୍ଚଳର ଏଲଜି ଭାବେ ନିଯୁକ୍ତ ହୋଇଛନ୍ତି । ଯଦି ମୁର୍ମୁଙ୍କୁ ନିୟନ୍ତ୍ରକ ଏବଂ ମହାଲେଖ ପରୀକ୍ଷକ ନିଯୁକ୍ତ କରାଯାଇଛି । ଉପରାଜ୍ୟପାଳ ସିହ୍ନା ନିଜ ଶାସନର ମଡେଲର ରୂପରେଖ ପ୍ରସ୍ତତ କରି କେନ୍ଦ୍ର ଶାସିତ ପ୍ରଦେଶରେ ଭ୍ରଷ୍ଟାଚାର ପ୍ରତି ଆଦୌ ବରଦାସ୍ତ ନକରିବା ପରି ନୀତି ଉପରେ ଜୋର୍ ଦେଉଛନ୍ତି ।

ଶନିବାର ଅଫିସିଆଲ୍ ପ୍ରବକ୍ତା ସୂଚନା ଦେଇ କହିଛନ୍ତି କି ଉପରାଜ୍ୟପାଳ ଶୁକ୍ରବାର ଶପଥ ନେବା ପରେ ସନ୍ଧ୍ୟାରେ ସିଭିଲ୍ ସଚିବାଳୟରେ ପ୍ରଶାସନିକ ସଚିବମାନଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ସେ କହିଛନ୍ତି କି ସିହ୍ନା ଭ୍ରଷ୍ଟାଚାର ପ୍ରତି କଡା ନିୟମ ଗଠନ କରିବେ । ଗ୍ରାମାଞ୍ଚଳ ସହିତ ସମ୍ପର୍କ ପ୍ରଣାଳୀକୁ ମଜଭୁତ କରିବା, ରାଜଧାନୀ ସହର ଜମ୍ମୁ ଓ ଶ୍ରୀନଗରର ଆଧୁନିକୀକରଣ ଆଦି ଉପରେ ଗୁରୁତ୍ୱ ଦିଆଯିବ ।

ପ୍ରବକ୍ତା କହିଛନ୍ତି କି ବିକାଶକୁ ନୂଆ ଦିଗ ଦେବା ପାଇଁ ଅନେକ ପୂରୁଣା ପରିଯୋଜନାର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେ କହିଛନ୍ତି କି ପର୍ଯ୍ୟଟନକୁ ପ୍ରତ୍ସୋହିତ କରିବା ପାଇଁ ବ୍ୟାପକ ଉପାୟ ଅବଲମ୍ବନ ହେବ । ଉପରାଜ୍ୟପାଳ କହିଛନ୍ତି କି ଜମ୍ମ କଶ୍ମୀରର ଲୋକଙ୍କୁ ସରକାରଙ୍କଠାରୁ ବହୁତ ଆଶା ରହିଛି ଏବଂ ଲୋକଙ୍କ ଆଶା ପୂରଣ କରିବା ତଥା ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ହେବ ।

ସମ୍ବନ୍ଧିତ ଖବର