ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୨୫୦ ଓଏଏସ୍‌ ଓ ୧୦୫ ତହସିଲଦାର

ଭୁବନେଶ୍ୱର ୧୫/୨: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ରାଜ୍ୟ ସରକାର ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏକାଥରକେ ୨୫୦ ଓଏଏସ୍‌ଙ୍କ ବଦଳି କରାଯାଇଛି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ୧୦୫ଜଣ ତହସିଲଦାରଙ୍କ ବଦଳି କରାଯାଇଛି । ସେହିପରି ବିଡିଓ, ଡେପୁଟି କଲେକ୍ଟର, ଅତିରିକ୍ତ ତହସିଲଦାର ଏବଂ ଆସିଷ୍ଟାଣ୍ଟ କଲେକ୍ଟର ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି ।

   ସମ୍ବନ୍ଧିତ ଖବର


ଅଢ଼େଇ ଲକ୍ଷ ଟଙ୍କାର ଧଳାଜହର ଜବତ: ନିଶାରାଣୀ ସାରା ଓ ସହଯୋଗୀ ଗିରଫ

୨୨ ବର୍ଷ ହେଲା ଚମଡ଼ା ନିଗମରେ ତାଲା: ଦୀର୍ଘ ବର୍ଷ ହେବ ପାଉଣା ଅପେକ୍ଷାରେ କର୍ମଚାରୀ

ନନ୍ଦନକାନନ ବ୍ୟାଟେରି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦମ୍ପତିଙ୍କୁ ଧକ୍କାଦେଇ ବେଞ୍ଚକୁ ପିଟିଲା, ୬ ପର୍ଯ୍ୟଟକ ଆହତ

ଭାଇର ଫି ଛାଡ଼ ପାଇଁ ଡାକି ବଡ ଭଉଣୀକୁ ସ୍କୁଲ ମାଲିକ କଲେ ଦୁଷ୍କର୍ମ: ଅଭିଯୁକ୍ତ ଅଟକ