ବେଙ୍ଗାଲୁରୁରେ ନିର୍ଯାତିତ ୨୫୦ ଓଡ଼ିଆ ଶ୍ରମିକଙ୍କୁ ଇଟାଭାଟିରୁ ଉଦ୍ଧାର କଲେ ରାଜ୍ୟ ସରକାର

ଭୁବନେଶ୍ୱର ୧୫/୨: ପେଟ ପୋଷିବାକୁ ନିରୀହ ଗରିବ ଓଡ଼ିଆ ଶ୍ରମିକମାନେ ବହୁ ସମୟରେ ବାହାର ରାଜ୍ୟକୁ ଯାଇ ନାନା ନିର୍ଯାତନାର ଶିକାର ହେଉଛନ୍ତି । ଘଟଣା ଘଟିଛି ବେଙ୍ଗାଲୁରୁ ସହରରେ । ଇଟାଭାଟିରେ କାମ କରିବାକୁ ଆସିଥିବା ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ୨୫୦ ଜଣ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସରକାର ଉଦ୍ଧାର କରିଛନ୍ତି । ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗର ଉପ ଶ୍ରମ ଆୟୋଗି ଖୋର୍ଦ୍ଧା ପ୍ରଦୀପ ମହାପାତ୍ର, ଶ୍ରମ ଆୟୋଗୀଙ୍କର ବୈଷୟିକ ଉପଦେଷ୍ଟା ଡ. ଭକ୍ତ ଆଚାର୍ଯ୍ୟ ବେଙ୍ଗାଲୁରୁ ସହରର ଶ୍ରମ ଆୟୋଗି ଏବଂ ଉତ୍ତର ବେଙ୍ଗାଲୁରୁର ୟାଲଙ୍କା ଅଂଚଳର ତସିଲଦାର ରଘୁମୂର୍ତ୍ତିଙ୍କ ସହଯାଗରେ ୨୦୪ ଜଣ ଶ୍ରମିକ ଏବଂ ତାଙ୍କ ପିଲା ଛୁଆଙ୍କୁ ମିଶାଇ ୨୫୦ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତିି।

ଓଡ଼ିଶା ଶ୍ରମ ବିଭାଗ ଟିମ୍‌ ବେଙ୍ଗାଲୁରୁରେ ପହଞ୍ଚି କର୍ଣ୍ଣାଟକ ସରକାରୀ ଅଧିକାରୀମାନଙ୍କ ସାହାଯ୍ୟରେ ୪ଟି ବସ୍‌ରେ ସମସ୍ତ ଶ୍ରମିକଙ୍କୁ ବେଙ୍ଗାଲୁରୁ ରେଳ ଷ୍ଟେସନକୁ ଅଣା ଯାଇଥିଲା ଏବଂ ସେଠାରୁ ପ୍ରଶାନ୍ତି ଏକ୍ସପ୍ରେସର ଦୁଇଟି ସ୍ୱତନ୍ତ୍ର ବଗିରେ ସେମାନଙ୍କୁ ଦିନ ୨ଟାରେ ଓଡ଼ିଶା ପଠାଯାଇଛି । ସେମାନେ ଆସନ୍ତାକାଲି ରାତି ୯ଟାରେ ଭୁବନେଶ୍ୱର ପହଞ୍ଚିବେ। ଓଡ଼ିଶା ସରକାରଙ୍କର ଶ୍ରମବିଭାଗ ବିଶେଷ ସୂତ୍ରରୁ ଖବର ପାଇ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିବାରୁ ଶ୍ରମିକମାନେ ଆନନ୍ଦିତ ହେବା ସଂଗେ ସଂଗେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଓଡ଼ିଶା ସରକାରଙ୍କ ତରଫରୁ ଆସିଥିବା ଶ୍ରମ ଅଧିକାରୀ ଡ. ଭକ୍ତ ଆଚାର୍ଯ୍ୟ ଏବଂ ପ୍ରଦୀପ ମହାପାତ୍ର ତାଙ୍କର ଅଭିଭାଷଣରେ କର୍ଣ୍ଣାଟକ ଅଧିକାରୀମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ବେଙ୍ଗାଲୁରୁ ସହରରେ ଓଡ଼ିଆ ଶ୍ରମିକଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।

   ସମ୍ବନ୍ଧିତ ଖବର


ବିନ୍ଦୁସାଗରରେ ଡଙ୍ଗା ଭସା ମନା, କଟକଣା ଜାରି କଲା ବିଏମ୍‌ସି

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ

କଟକ ବନଖଣ୍ଡରେ ଦେଖାଦେଲେ ଦୁଇ ବାଘ ଶାବକ- ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ

ଯୋଡାମୁଣ୍ଡ ଶିଶୁ କାଳିଆର ଶେଷକୃତ୍ୟ ସମ୍ପନ୍ନ

ଡାକ୍ତରଖାନାରେ ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲେ ସ୍ତ୍ରୀ: ଫୋନ୍‌ କରି କହିଲେ.. ‘ମୁଁ ପଳାଇ ଆସିଛି .. ଭଳରେ ରହିବ’