PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ମେ ମାସରେ ମହାରାଷ୍ଟ୍ରରେ ମହାମାରୀ ତାଣ୍ଡବ; ମାସକରେ ଯାଇଛି ୨୬ ହଜାର ଜୀବନ, କେଉଁ ରାଜ୍ୟରୁ କେତେ ମୃତ୍ୟୁ ଜାଣନ୍ତୁ

pic-indiatoday

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଗତ ୪ ଦିନ ହେଲା ଦୈନିକ ସଂକ୍ରମ ୨ ଲକ୍ଷ ଭିତରେ ରହୁଛି। ସେହିପରି ଗତ ୧୮ ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତେବେ ମୃତ୍ୟୁ ସଂଖ୍ୟାରେ ସେତେଟା ହ୍ରାସ ଦେଖିବାକୁ ମିଳି ନାହିଁ। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାର ରହୁଛି। କରୋନାର ଦ୍ୱିତୀୟ ଲହରରେ ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିଛି। କେବଳ ମେ ମାସରେ ଦେଶରେ ୧,୧୭,୨୮୯ ଜଣଙ୍କର ମୃତ୍ୟୁ ହୋଇଛି। ମେ ମାସରେ କେବଳ ମହାରାଷ୍ଟ୍ରରେ ୨୬ ହଜାର ଲୋକଙ୍କ ଜୀବନ ଯାଇଛି।

ତେବେ କେଉଁ ରାଜ୍ୟରେ କେତେ ମୃତ୍ୟୁ ହୋଇଛି ଆସନ୍ତୁ ଜାଣିବା ଏହି ରିପୋର୍ଟରୁ।

ମହାରାଷ୍ଟ୍ର- ଏପ୍ରିଲ ୩୦ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୬୮,୫୧୩ ମୃତ୍ୟୁ ହୋଇଥିଲା। ରାଜ୍ୟର ମୃତ୍ୟୁ ହାର ୧.୪୯ ଥିଲା। ଏହାପରେ ମେ ୩୦ ବେଳକୁ ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା ୯୪,୮୪୪କୁ ବୁଦ୍ଧି ପାଇଛି। ଫଳରେ କେବଳ ମେ ମାସରେ ରାଜ୍ୟର ମୋଟ ୨୬,୩୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ହାର ୨.୩୩ ପ୍ରତିଶତକୁ ବୃଦ୍ଧି ହୋଇଛି।

କର୍ଣ୍ଣାଟକା- କରୋନା ଦ୍ୱିତୀୟ ଲହରରେ କର୍ଣ୍ଣାଟକରେ କରୋନାର ଉଗ୍ରରୂପ ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିଛି। ମେ ୧ ତାରିଖ ଠାରୁ ୩୦ ତାରିଖ ଭିତରେ ରାଜ୍ୟରେ ୧୦ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ମେ ମାସର ବୃଦ୍ଧି ପାଇଛି। ଏପ୍ରିଲ ୩୦ ତାରିଖରେ ଭିତରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫, ୫୨୩ ଥିଲା। ଆଉ ମେ ୩୦ ତାରିଖ ଭିତରେ ଏଥିରେ ବୃଦ୍ଧି ପାଇ ୨୮,୬୭୯ ହୋଇଛି। ଫଳରେ କେବଳ ମେ ମାସରେ ରାଜ୍ୟରେ ୧୩, ୧୫୬ ଜଣଙ୍କର କରୋନାରେ ଜୀବନ ଯାଇଥିବା ବେଳେ ମୃତ୍ୟୁ ହାର ୧.୨୩ ପ୍ରତିଶତ ରହିଛି।    

ନୂଆଦିଲ୍ଲୀ- ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନାର ଦ୍ୱିତୀୟ ଲହର ଭୟଙ୍କର ତାଣ୍ଡବ ରଚିଛି। ଏପ୍ରିଲ୍‌ ୩୦ ଭିତରେ ଦିଲ୍ଲୀରେ ମୋଟ କରୋନା ଜନିତ ମୃତ୍ୟୁ ୧୬,୧୪୩ ଥିଲା। କିନ୍ତୁ ମେ ୩୦ ବେଳକୁ ମୃତ୍ୟୁ ସଂଖ୍ୟା ବଢ଼ି ୨୪, ୧୫୧ ହୋଇଛି। ଫଳରେ ମେ ମାସରେ ରାଜଧାନୀରେ ୭,୯୨୨ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ହାର ବଢ଼ି ୨.୮୯ ହୋଇଛି।

ତାମିଲନାଡୁ- ଏଠାରେ ମଧ୍ୟ ଏପ୍ରିଲ ୩୦ ସୁଦ୍ଧା ମୋଟ ୧୪,୦୪୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମେ ୩୦ ସୁଦ୍ଧା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୩,୭୫୪  ହୋଇଥିଲା। ଫଳରେ ମେ ମାସରେ ରାଜ୍ୟରେ ୯,୭୦୮ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ମୃତ୍ୟୁ ହାର ବଢି ୧.୦୭ ପ୍ରତିଶତ ରହିଛି। 

କେରଲା-  ଏହି ରାଜ୍ୟରେ ମେ ୧-୩୦ ପର୍ଯ୍ୟନ୍ତ କେରଲାରେ ୩,୩୩୩ ମୃତ୍ୟୁ ହୋଇଛି। କାରଣ ଏପ୍ରିଲ ୩୦ ବେଳକୁ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୦୯ ଥିଲା। ଆଉ ମେ ୩୦ ବେଳକୁ ଏହା ବଢ଼ି ୮,୬୪୨ ହୋଇଛି। ଏପ୍ରିଲ ୩୦ ସୁଦ୍ଧା ରାଜ୍ୟରେ ମୃତ୍ୟୁ ହାର ୦.୩୩ ପ୍ରତିଶତ ଥିଲା। କେବଳ ମେ ମାସରେ ମୃତ୍ୟୁ ହାର ୦.୩୫ ପ୍ରତିଶତ ବୃଦ୍ଧି ପାଇଛି। 

ଉତ୍ତରପ୍ରଦେଶ- ତେବେ ଗତ ମାସେ ଭିତରେ ସମସ୍ତ ସ୍ତବ୍ଧ କରିଦେଇଛି ଉତ୍ତରପ୍ରଦେଶର କରୋନା ସ୍ଥିତି। ଗଙ୍ଗା ନଦୀରେ ଶବ ବୋହିବା, ଗଙ୍ଗାକୂଳରେ ଶବ ପୋତା ହେବା ଆଦି ଭୟଙ୍କର ଘଟଣା ଦୁନିଆକୁ ଚମକାଇ ଦେଇଛି। ଉତ୍ତର ପ୍ରଦେଶରେ ମୋଟ ୨୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ  କେବଳ ମେ ମାସରେ ୭,୭୭୬ ଜଣଙ୍କର ଜୀବନ ନେଇ ମହାମାରୀ। ମେ ୧ ତାରଖରୁ ୩୦ ତାରିଖ ମଧ୍ୟରେ ମୃତ୍ୟୁହାର ୧.୭୮ ପ୍ରତିଶତ ରହିଛି।

ରେଡ୍‌ ଜୋନ୍‌ରେ ଥିବା ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ପଶ୍ଚିମବଙ୍ଗ, ପଞ୍ଜାବ, ଛତିଶଗଡ଼, ତେଲେଙ୍ଗାନାରେ ମଧ୍ୟ କରୋନା ସ୍ଥିତି ଜଟିଳ ରହିଛି।

ପଶ୍ଚିମବଙ୍ଗ- ଏପ୍ରିଲ ୩୦ ଭିତରେ ପଶ୍ଚିମବଙ୍ଗରେ ମୃତ୍ୟୁ ସଂଖ୍ୟା ୧୧,୩୪୪ ଥିଲା। ମେ ମାସରେ ଏହି ସଂଖ୍ୟା ବଢି ୧୫,୪୧୦ ହୋଇଛି। ଅର୍ଥାତ କେବଳ ମେ ମାସରେ ରାଜ୍ୟରେ ୪.୦୬୬ ଜଣଙ୍କର ମୃତ୍ୟୁ ହୋଇଥିବା ମୃତ୍ୟୁ ହାର ୦.୭୫ ପ୍ରତିଶତ ରହିଛି।

ତେଲେଙ୍ଗାନା- ତେଲେଙ୍ଗାନାରେ ମେ ୧ରୁ ୩୦ ମଧ୍ୟରେ ୨୮୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ହାର ୦.୫ ପ୍ରତିଶତ ରହିଛି। ସେହିପରି ଛତିଶଗଡ଼ରେ ମଧ୍ୟ ମେ ମାସରେ ୪,୪୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାସକ ମୃତ୍ୟୁ ହାର ୧.୮୪ ପ୍ରତିଶତ ରହିଛି।

ପଞ୍ଜାବ- ମେ ୧ ତାରିଖରୁ ୩୦ ମଧ୍ୟରେ ପଞ୍ଜାବରେ ୫,୪୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ରାଜ୍ୟରେ ମୃତ୍ୟୁ ହାର ବଢ଼ି ୨.୭୮ ପ୍ରତିଶତ ରହିଛି। ଏପ୍ରିଲ ୩୦ ତାରିଖରେ କରୋନା ମୃତ୍ୟୁ ସଂଖ୍ୟା ୯.୦୨୨ରୁ ବଢ଼ି ମେ ୩୦ ବେଳକୁ ଏହା ୧୪,୪୩୨ରେ ପହଞ୍ଚିଛି।