PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୫ ଲକ୍ଷ ଆବାସ ନିର୍ମାଣକୁ ମଞ୍ଜୁରୀ, ୨୭ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ

ନୁଆଦିଲ୍ଲୀ ୨୩/୮: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ)- ପିଏମଏୱାଇ-ୟୁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି । ସହରାଂଚଳରେ ୧୧୨ ଲକ୍ଷ ଆବାସ ନିର୍ମାଣ ଲାଗି ଚାହିଦା ରହିଥିବା ବେଳେ ବର୍ତମାନ ସୁଦ୍ଧା ୮୫ ଲକ୍ଷ ଗୃହ ନିର୍ମାଣକୁ ମଞ୍ଜୁରି ମିଳିଛି । ଏଥିମଧ୍ୟରୁ ପାଖାପାଖି ୫୧ ଲକ୍ଷ ଆବାସ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଥିବା ବେଳେ ୨୭ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି । ଏହି ଉପଲବ୍ଧିର ନାୟକମାନଙ୍କୁ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ହିତାଧିକାରୀମାନଙ୍କ ପାଇଁ “ଶ୍ରେଷ୍ଠ ଆବାସ ନିର୍ମାଣ” ନିମନ୍ତେ ପିଏମଏୱାଇ (ୟୁ) ୨୦୧୯ର ଘୋଷଣା କରାଯାଇଛି । ଏହା ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ, ପୌର ପ୍ରଶାସନ ଏବଂ ହିତାଧିକାରୀମାନଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିବ ।

ଗତ ଫେବୃଆରୀ ୨୦୧୯ରେ ଆବାସ ଏବଂ ସହରାଂଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂ ପୁରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମଏୱାଇ-ୟୁ ମୋବାଇଲ ଆପରେ ହିତାଧିକାରୀମାନଙ୍କ ଅଂଶଗ୍ରହଣ ଉତ୍ସାହଜନକ ରହିଛି । ଏହାଦ୍ୱାରା ଅଭିଯାନ ସହିତ ହିତାଧିକାରୀମାନେ ସିଧାସଳଖ ଯୋଡ଼ି ହୋଇପାରିଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଥିବା ପାଖାପାଖି ୮୫ ହଜାର ହିତାଧିକାରୀ ଏହା ସହ ଯୋଡ଼ି ହୋଇଛନ୍ତି ଏବଂ ୨ଲକ୍ଷରୁ ଊଦ୍ଧ୍ୱର୍ ଫଟୋ ମିଳିସାରିଛି । ଏହି କାରଣରୁ ପିଏମଏୱାଇ-ୟୁ ପୁରସ୍କାର-୨୦୧୯ରେ ଅଂଶଗ୍ରହଣ କରିବାର ତାରିଖ ୩୧ ଅଗଷ୍ଟ ୨୦୧୯କୁ ବୃଦ୍ଧି କରାଯିବା ଲାଗି ନିଷ୍ପତି ନିଆଯାଇଛି ।

ଏଥିସହିତ ଏକ ନୂତନ ବର୍ଗରେ ପୁରସ୍କାର ଦିଆଯିବା ଲାଗି ନିଷ୍ପତି ନିଆଯାଇଛି । ପିଏମଏୱାଇ-ୟୁ ମୋବାଇଲ ଆପ ଜରିଆରେ ସର୍ବାଧିକ ପ୍ରତିଶତ ଫଟୋ ମିଳୁଥିବା ରାଜ୍ୟକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ । ଏହି ସ୍ୱତନ୍ତ୍ର ପୁରସ୍କାର ଦ୍ୱାରା ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି ଉତ୍ସାହିତ ହେବେ, ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ବାସଗୃହ ନିର୍ମାଣ ସ୍ୱପ୍ନ ପୂରଣ ହୋଇପାରିବ । ଏହାମଧ୍ୟ ହିତାଧିକାରୀମାନଙ୍କୁ ସ୍ଥାୟୀ ପଦ୍ଧତି ଉପଯୋଗ କରି ସୁନ୍ଦର ଆବାସ ନିର୍ମାଣ ପାଇଁ ପ୍ରେରଣା ଯୋଗାଇବ । ଅଧିକ ସୁନ୍ଦର ଏବଂ ଅଭିନବ ଢଙ୍ଗରେ ଆବାସ ନିର୍ମାଣ କରିଥିବା ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ହିତାଧିକାରୀଙ୍କୁ “ହିତାଧିକାରୀ-ନେତୃତ୍ୱ ନିର୍ମାଣ” ବର୍ଗରେ ପୁରସ୍କୃତ କରାଯିବା ଲାଗି ମଧ୍ୟ ନିଷ୍ପତି ନିଆଯାଇଛି ।

ପିଏମଏୱାଇ-ୟୁ ମୋବାଇଲ ଆପ ହିତାଧିକାରୀଙ୍କ ପାଇଁ ଡିଜାଇନ କରାଯାଇଛି । ଏଥିରେ ସେମାନେ ନିଜ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଂଚଳ ବାସଗୃହର ଉଚ୍ଚମାନର ଫଟୋ ଅପଲୋଡ୍ କରିବା ସହିତ ସଫଳ ଘର ମାଲିକ ହେବାର କାହାଣୀ ଅପଲୋଡ କରିପାରିବେ । ଏଥିରେ ସେମାନଙ୍କ ଆତ୍ମସମ୍ମାନ ବୃଦ୍ଧି, ସାମାଜିକ ଉନ୍ନତି, ପରିବାରର ସୁରକ୍ଷା ଏବଂ ନିରାପତା, ନାବାଳିକାଙ୍କ ପାଇଁ ସୁରକ୍ଷିତ ପରିବେଶ ଏବଂ ପିଲାମାନଙ୍କ ଶିକ୍ଷା ପାଇଁ ଉନ୍ନତ ପରିବେଶ ଆଦିର ଭାବନାତ୍ମକ କାହାଣୀ ରହିବ । ଏହି ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାକୁ ଅତ୍ୟନ୍ତ ପାରଦର୍ଶୀ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଦ୍ୱାରା ଏମଆଇଏସ ବ୍ୟବସ୍ଥାରେ କରାଯାଉଥିବା ଅପଲୋଡର ଅଗ୍ରଗତି ସହିତ ଏହାକୁ ଯୋଡ଼ାଯାଇଛି । ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ।

ସମ୍ବନ୍ଧିତ ଖବର