PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ମେଡିକାଲ ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ଓବିସିଙ୍କୁ ୨୭% ଓ EWSଙ୍କୁ ମିଳିବ ୧୦% ସଂରକ୍ଷଣ

pic-internet

ନୂଆଦିଲ୍ଲୀ: ମେଡିକାଲ ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ କୋର୍ସ ଓ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ କୋର୍ସ ପାଇଁ ଅଲ୍‌ ଇଣ୍ଡିଆ କୋଟା (AIQ) ସ୍କିମ୍‌ ଅଧୀନରେ ସଂରକ୍ଷଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଘୋଷଣା ଅନୁସାରେ, ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶଥ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଆର୍ଥିକ ଦୁର୍ବଳଶ୍ରେଣୀରେ ଆସୁଥିବା ଛାତ୍ରଛାତ୍ରୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ଚଳିତ ଶିକ୍ଷା ବର୍ଷରୁ ଏହି ନୂଆ ନିଷ୍ପତ୍ତି ଲାଗୁ ହେବ। ଏହି ନୂଆ ସଂରକ୍ଷଣରେ ନାମଲେଖା ମଧ୍ୟ ହେବ।

ଦନ୍ତ ବିଭାଗ ସହିତ ସମସ୍ତ ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ କୋର୍ସ ପାଇଁ ୨୦୨୧-୨୨ ବର୍ଷରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପରେ ପ୍ରତିବର୍ଷ ଏମ୍‌ବିବିଏସ୍‌ର ପାଖାପାଖି ୧୫୦୦ ଓବିସି ଛାତ୍ରଛାତ୍ରୀ ଓ ପିଜିରେ ୨୫୦୦୦ ଓବିସି ଛାତ୍ରଛାତ୍ରୀ ଲାଭବାନ ହେବେ। ଏହା ବାଦ୍ ଆର୍ଥିକ ଅନଗ୍ରସର ଶ୍ରେଣୀରେ ଆସୁଥିବା ୫୫୦ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ଓ ୧୦୦୦ ପିଜି ଛାତ୍ରଛାତ୍ରୀ ପ୍ରତିବର୍ଷ ଏଥିରେ ଲାଭବାନ ହେବେ।

କଣ ଅଲ୍‌ ଇଣ୍ଡିଆ କୋଟା(AIQ) ସ୍କିମ

୧୯୮୬ ମସିହାରେ ଅଲ୍‌ ଇଣ୍ଡିଆ କୋଟା(AIQ) ସ୍କିମ ଲାଗୁ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି କୋଟା ଯୋଜନା ଲାଗୁ କରାଯାଇଥିଲା। ଗୋଟିଏ ରାଜ୍ୟର ପିଲା କିଭଳି ଅନ୍ୟ ରାଜ୍ୟରେ ବି ସଂରକ୍ଷଣର ସୁବିଧା ପାଇପାରିବ ସେଥିପାଇଁ ଏହି ଯୋଜନା ଲାଗୁ କରାଯାଇଥିଲା। ତେବେ ୨୦୦୭ ପର୍ଯ୍ୟନ୍ତ ଅଖିଳ ଭାରତୀୟ କୋଟା ଯୋଜନାରେ କାହାକୁ ସଂରକ୍ଷଣ ଦିଆଯାଇ ନଥିଲା। ଏହି ବର୍ଷ ସୁପ୍ରିମକୋର୍ଟ ଅଣସୂଚିତ ଜାତିଙ୍କ ପାଇଁ୧୫ ପ୍ରତିଶତ ଓ ଅଣସୂଚିତ ଜନଜାତୀଙ୍କ ପାଇଁ ୭.୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଆଣିଥିଲେ।

ଆଉ ଏବେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ବ୍ୟବସ୍ଥା ଉପରେ କେନ୍ଦ୍ର ସରକାର ମୋହର ଲଗାଇବା ପରେ ଓବିସି(ଅନ୍ୟ ପଛୁଆ ବର୍ଗ) ଛାତ୍ରଛାତ୍ରୀମାନେ ଭାରତର ଯେକୌଣସି ବି ସରକାରୀ ମେଡିକାଲ କଲେଜ୍‌ ଓ ଡେଣ୍ଟାଲ୍ କଲେଜ୍‌ରେ ପାଠ ପଢ଼ା ପାଇଁ ଆବେଦନ କରିପାରିବେ। ଓବିସି ବର୍ଗଙ୍କୁ ମେଡିକାଲ ଆଡ୍‌ମିଶନଙ୍କ ପାଇଁ ଏଆଇକ୍ୟୁରେ ସଂରକ୍ଷଣ ମିଳୁନଥିବାରୁ ଅନେକ ସମୟରେ ବିଦ୍ରୋହର ସ୍ୱର ଉଠୁଥିଲା। ଯାହାକୁ ନେଇ ଆଜି କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିଛନ୍ତି। ଅନ୍ୟପଟେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ଆଇକ୍ୟୁ ପାଇଁ ଅଣ୍ଡରଗ୍ରାଜୁଏଟ୍ ସିଟ୍ ପାଇଁ ୧୫ ପ୍ରତିଶତ ଓ ପିଜି ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା। କିନ୍ତୁ ଓବିସି ଛାତ୍ରଛାତ୍ରୀ ଏସୁବିଧା ମିଳୁନଥିଲା।

EWSଙ୍କ ପାଇଁ ସଂରକ୍ଷଣ

ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ୧୦ ପ୍ରତିଶତ ସଂରକ୍ଷମ ବ୍ୟବସ୍ଥା ଯୋଗାଇ ଦେବାକୁ ୨୦୧୯ରେ ସାମ୍ବିଧାନିକ ସଂଶୋଧନ କରାଯାଇଥିଲା। ଏହା ଅନୁସାରେ, ମେଡିକାଲ ସିଟ୍‌ଗୁଡ଼ିକୁ ବଢ଼ାଯାଇଥିଲା। କିନ୍ତୁ ଏଆଇକ୍ୟୁ ଅଧୀନରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇନଥିଲା।

ସମ୍ବନ୍ଧିତ ଖବର