ପନ୍ନାରେ ମିଳିଲା ୨୯.୪୬ କ୍ୟାରେଟ ହୀରା

ନୂଆଦିଲ୍ଲୀ ୧୪।୯: ପନ୍ନା ଯାହା କି ବିଶ୍ୱରେ ଉଜ୍ୱଳମାନ କିସମର ହୀରା ମିଳୁଥିବାର ସ୍ଥାନ କୁହାଯାଇଥାଏ । ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ଏଥିପାଇଁ କିଶୋର କୁମାରଙ୍କ ଏକ ଗୀତ ପ୍ରଚଳିତରେ ଅଛି କି, ‘ପନ୍ନା କି ତମ୍ମନ୍ନା ହେ କି, ହୀରା ମୁଝେ ମିଲ ଯାଏ’ । ପନ୍ନା ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲା ଓ ଦେଶର କୋଣ ଅନୁକୋଣରୁ ଲୋକେ ଏଠାକୁ ହୀରା ଅନସନ୍ଧାନ ପାଇଁ ଆସିଥାନ୍ତି । କାରଣ ପନ୍ନାର ହୀରା କେବେ କାହାକୁ ଗରିବରୁ ରାଜା ବଦାଇଦେବ କେହି କହିପାରିବେନି।

ପନ୍ନାରେ ବିଗତ ୧୦ ଦିନରେ ୪ ହୀରା କାର୍ଯ୍ୟାଳୟରେ ଦାଖଲ କରାଯାଇଛି । ଆଜି ପନ୍ନାର କୃଷ୍ଣକଲ୍ୟାଣପୁର ଅନ୍ତର୍ଗତ ଏକ ଗାଁରେ ବ୍ରଜେଶ କୁମାର ଉପାଧ୍ୟାୟଙ୍କୁ ୨୯ କ୍ୟାରେଟ ୪୬ ସେଣ୍ଟର ଉଜ୍ୱଳ ହୀରା ମିଳିଛି । ଏହାକୁ ହୀରା କାର୍ଯ୍ୟାଳୟରେ ଯମା କରାଯାଇଛି ।

ତେବେ ହୀରା ପାଇଥିବାରୁ ବ୍ରଜେଶଙ୍କ ଭାଗ୍ୟ ବଦଳି ଯାଇଛି । ବୃଜେଶ କହିଛନ୍ତି କି, ସେ ଖଣିରେ କାର୍ଯ୍ୟରତ ଥିଲେ । ସେ ଶୁକ୍ରବାର ଯେତେବେଳେ ଖଣିଜ ମାଟି ଧୋଉ ସୁଖାଉଥିଲେ, ସେହି ସମୟରେ ଚମକୁଥିବା ପଥର ପାଇଥିଲେ । ଏହାକୁ ହୀରା ଭାବି ବୃଜେଶ ହୀରା କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ଯାଞ୍ଚ ପରେ ଏହା ହୀରା ବୋଲି ଜଣାପଡ଼ିଥିଲା । ଏହା ପରେ ବୃଜେଶ ଅତ୍ୟନ୍ତ ଖୁସି ହୋଇଯାଇଥିଲେ । ଖବର ପାଇବା ପରେ ପନ୍ନା ଜିଲ୍ଲାପାଳ ମଧ୍ୟ ଏହି ହୀରା ଦେଖିବାକୁ ଆସିଥିଲେ । ପନ୍ନା ଜିଲ୍ଲାପାଳ କର୍ମବୀର ଶର୍ମା ହୀରା ଦେଖିବା ପରେ ଅତ୍ୟନ୍ତ ଖୁସି ଅନୁଭବ କରି କହିଛନ୍ତି, ହୀରା ନୀତିକୁ ସରଳ କରାଯିବ। ଏହା ସହିତ ହୀରା ନିଲାମୀ ପ୍ରକ୍ରିୟାରେ ସୁଧାର ଆଣିବା କଥା ବି କଲେକ୍ଟର କହିଛନ୍ତି।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌