ଧ୍ବଂସ ସ୍ତୁପ ପାଲଟିଲା ପୁରୀ, ‘ଫୋନି’ରେ ମୃତ୍ୟୁ ସଂଖ୍ୟା ୨୯ ରେ ପହଁଞ୍ଚିଲା

ପୁରୀ,୬।୫: ସାମୁଦ୍ରିକ ବାତ୍ୟା ‘ଫୋନି’ ଉପକୂଳ ଓଡିଶା ସହ ପୁରୀରେ ରଚାଇଛି ତାଣ୍ଡବଲୀଳା। ପୁରୀ ଏବଂ କୋଣାର୍କ ସହିତ ୧୧ରୁ ଅଧିକ ବ୍ଲକର ପ୍ରାୟ ୮ ଲକ୍ଷରୁ ଅଧିକ କ୍ଷତିଗସ୍ତ ହୋଇଛନ୍ତି। ଫୋନି ଦେଇଛି ଯନ୍ତ୍ରଣା ଓ ବଢିଚାଲିଛି ମୃତ୍ୟୁ ସଂଖ୍ୟା। ପୁରୀରେ ‘ଫୋନି’ ଜନିତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୯ରେ ପହଁଞ୍ଚିଥିବା  ଆଗକୁ ଆହୁରି ବଢିବାରେ ଆଶଙ୍କା କରାଯାଉଛି। ୨୦ ବର୍ଷ ତଳର ମହାବାତ୍ୟା ଅପେକ୍ଷା ଏଥର ‘ଫୋନି’ର କରାଳ ରୂପ ଶ୍ରୀହୀନ କରିଦେଇଛି ଶ୍ରୀକ୍ଷେତ୍ରକୁ। ସ୍ଥାନୀୟ ଲୋକଙ୍କ କହିବା ଅନୁସା​‌ରେ ‘ଫୋନି’ ଆସିବା ସମୟରେ ଚାରିଆଡେ କେବଳ ଆମେ ଧୂଆଁ  ଧୂଆଁ ହୋଇ ଚକ୍ରି ବୁଲୁଥିବାର ଦେଖିବାକୁ ପାଇଥିଲୁ, ଏହା ସହ ଥିଲା ଯୋରଦାର ଶବ୍ଦ। ଫୋନି ଯଦିଓ ଚାଲିଯାଇଛି କିନ୍ତୁ ପୁରୀ ପାଲଟି ଯାଇଛି ଧ୍ବଂସ ସ୍ତୁପ। 

‘ଫୋନି’ର ପ୍ରଳୟ ପଦଚିହ୍ନ  ପୁରୀ ସହର ଏବଂ ଏହାର ଆଖପାଖ ୩୦ କି.ମି ବ୍ୟାପୀ ଅଞ୍ଚଳକୁ ଛାରଖାର କରିଦେଇଛି।  କୋଣାର୍କ, ଗୋପ, ନିମାପଡା, କୃଷ୍ଣପ୍ରସାଦ, ବ୍ରହ୍ମଗିରି,ସତ୍ୟବାଦୀ, ଚିଲିକା, ସାତପଡା, ଚନ୍ଦନପୁର, ଆଦି ସ୍ଥାନରେ ସ୍ଥିତି ଖୁବ୍ ଶୋଚନୀୟ ରହିଛି। ବାତ୍ୟା ସହ ମୂଷଳଧାରାରେ ବର୍ଷା ହଜାର ହଜାର ଘରଦ୍ବାର, ଗଛ, ବିଜୁଳି ଖୁଣ୍ଟ ଓ ଟେଲିଫୋନ ଟାଓ୍ବାର ଏଠାରେ ଥିବା ଅନେକ ଗ୍ରାମ ଏବେ ଚିହ୍ନିବା ଖୁବ୍ କଷ୍ଟକର ହୋଇ ପଡିଛି। ଛାତଘରକୁ ଛାଡିଦେଲେ ଚାଳ, ଟିଣ ଏବଂ ଆଜଭେଷ୍ଟ ଘର ଉପରେ  ଗଛ ପଡି ତାହା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

୫୦ ହଜାରରୁ ଅଧକ ଘର ନଷ୍ଟ ହୋଇସାରିଥିବା ବେଳେ, ୨୦୦ରୁ ଅଧିକ ହୋଟେଲ କ୍ଷତିଗ୍ରସ୍ତ ହୋଇଯାଇଛି। ବିଜୁଳି ଓ ଜଳଯୋଗାଣ ବନ୍ଦ ହୋଇସାରିଥିବା ବେଳେ ଟେଲିଫୋନ ଓ ମୋବାଇଲ ମଧ୍ୟ ଅଚଳ ହୋଇପଡିଛି। ସହରର ଗଳିକନ୍ଦି ଏବଂ ଛକ ଗୁଡିକରେ ଗଛ ଭାଙ୍ଗି ଯାତାୟତ ବାଧାପ୍ରାପ୍ତ ହୋଇଛି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଗୋପବନ୍ଧୁ ଆର୍ୟୁବେଦ କଲେଜ, ଜିଲ୍ଲପାଳ ଓ ଏସପିଙ୍କ କାର୍ଯ୍ୟାଳୟ, ପୁରୀ କ୍ଲବ, ସିଭିଲ କୋର୍ଟ, ସମୁଦ୍ରକୂଳ ଥାନା, ପୂର୍ତ୍ତବଙ୍ଗଳା ସ୍ବତନ୍ତ୍ର ସର୍କିଟ ହାଉସ, ଜିଲ୍ଲା ସଦର ହସ୍ପିଟାଲ, ପୁରୁଣା ଜେଲ ଏବଂ ମାର୍କେଟ କମ୍ପେକ୍ସ ଆଦି ଖୁବ୍ କ୍ଷତିଗସ୍ତ ହୋଇଛି। ପୁରୀରେ ଥିବା ୧୮ଶହ ଗ୍ରାମରେ ଘଟିଛି ବ୍ୟାପକ କ୍ଷତି।

ବାତ୍ୟା ସମୟରେ ଦୁବୃର୍ତ୍ତମାନେ ସେଠାରେ ଥିବା ହ୍ୟାଣ୍ଡଲୁମ ଶୋରୁମ୍ ଏବଂ ତେଜରାତି ଦୋକାନରେ ଦିନ ଦ୍ବିପ୍ରୟରେ ଲୁଟ୍ କରିଛନ୍ତି। ୩ ଫୁଟ ଉଚ୍ଚର ବାଲି ବେଳାଭୂମିରେ ଜମା ହୋଇଛି। ଏବେ ପୁରୀକୁ ଟ୍ରେନ ଚଳାଚଳ ୧୦ ତାରିଖ ପୂର୍ବରୁ ସମ୍ଭବ ହେବନି ବୋଲି କୁହାଯାଉଛି। ସବୁଠି ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି। ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଛି ପେଣ୍ଠକଟା, ବଳିଆପଣ୍ଡା, ବାଲି ଉପରସାହି, ନୋଲିଆ ସାହି ଆଦି ବସ୍ତି  । ପ୍ରାୟ ୧୦ ହଜାରରୁ ଅଧିକ ଳୋକ ରହୁଥିବା ଏହି ବସ୍ତି ଧ୍ବଂସ ସୂପ୍ତରେ ପରିଣତ ହୋଇଛି।    

   ସମ୍ବନ୍ଧିତ ଖବର


ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ