PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବୋର୍ଡ ହାଇସ୍କୁଲର ସଂଯୋଗ କାର୍ଯ୍ୟକ୍ରମ ପୁରାତନ ବିଦ୍ୟାର୍ଥୀଙ୍କ ଦ୍ୱାରା ଅନୁଷ୍ଠିତ- ଭିତ୍ତିଭୂମି ସଂରଚନାର ବିକାଶ ନିମନ୍ତେ ଦୁଇ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

କଟକ ୨୭।୧୨ – ବୋର୍ଡ଼ ହାଇସ୍କୁଲରେ ସଂଯୋଗ କାର୍ଯ୍ୟକ୍ରମ ପୁରାତନ ବିଦ୍ୟାର୍ଥୀଙ୍କ ଦ୍ୱାରା ଅନୁଷ୍ଠିତ
ଭିତ୍ତିଭୂମି ସଂରଚନାର ବିକାଶ ନିମନ୍ତେ ଦୁଇ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ, କଟକର ୧୯୯୪ ବ୍ୟାଚର ବିଦ୍ୟାର୍ଥୀଙ୍କ ଦ୍ୱାରା ୨୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସଂଯୋଗ ଅନୁଷ୍ଠିତ ହେଇ ଯାଇଛି I ଡିସେମ୍ବର ୨୫ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପୁଲିସ ମହାନିର୍ଦେଶକ (ଗୁଇନ୍ଦା) ଡ଼ଃ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଓ ଅଭୟ ଚରଣ ରାଉତ, ଯୁଗ୍ମ ଆୟକର କମିଶନର , ହାଇଦ୍ରାବାଦ ତଥା ସ୍କୁଲର ପୁରାତନ ଛାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଏସ.ବି.ଏଚ.ଏସ. ’94 ଆଲୁମନାଈ ଟ୍ରଷ୍ଟ ତରଫରୁ ବୋର୍ଡ଼ ହାଇ ସ୍କୁଲର ଭିତ୍ତିଭୂମି ସଂରଚନାର ଉନ୍ନତି ନିମନ୍ତେ ଦୁଇ ଲକ୍ଷ ଟଙ୍କା ର ସହାୟତା ରାଶି ମୋ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦାନ କରାଯାଇଥିଲା I ପୁରାତନ ବିଦ୍ୟାର୍ଥୀଙ୍କ ଦ୍ୱାରା ପ୍ରଦତ୍ତ ଏହି ସହାୟତା ରାଶିର ଓ ମୋ ସ୍କୁଲର ମିଳିତ ୪ ଲକ୍ଷ ଟଙ୍କାର ଅନୁଦାନ ରାଶିକୁ ଉପଯୋଗ କରି ବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞାନ ଗ୍ୟାଲେରୀ ଓ ଶୌଚାଳୟର ଭିତ୍ତିଭୂମି ରେ ଯଥେଷ୍ଟ ସୁଧାର ଆଣିପାରିବେ I

ସଂଯୋଗ କାର୍ଯ୍ୟକ୍ରମ ଅବସରରେ ଟ୍ରଷ୍ଟ ପକ୍ଷରୁ କୋଡିଏ ଜଣ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଆଦର୍ଶ ଗୁରୁ ସମ୍ମାନ ରେ ସମ୍ମାନିତ କରାଯାଇ ଥିଲା I ବିଦ୍ୟାଳୟର ବର୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଗୁରୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇ ଥିଲା I ସଂଯୋଗ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୧୪ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା I ଚଉରାନବେ ବ୍ୟାଚର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଏକ ସ୍ୱତନ୍ତ୍ର ପତ୍ରିକା ସଂଯୋଗକୁ ମୁଖ୍ୟ ଅତିଥି ଉନ୍ମୋଚିତ କରିଥିଲେ I ଏହି ଅବସରରେ ଏକ ଥିମ ସଂଗୀତ ବୋର୍ଡ଼ ସ୍କୁଲ ସବୁଠୁ କୂଲର ଲୋକାର୍ପଣ ହେବ ସହ ଟ୍ରଷ୍ଟର ସମ୍ପାଦକ ଆର୍କିଟେକ୍ଟ ସ୍ୱରୂପ ରାୟଙ୍କ ଦ୍ୱାରା ନିର୍ଦ୍ଦେଶିତ ସର୍ଟ ଫିଲ୍ମ ସଂଯୋଗ ମଧ୍ୟ ଉନ୍ମୋଚିତ ଓ ପ୍ରଦର୍ଶିତ ହୋଇଥିଲା I

କାର୍ଯ୍ୟକ୍ରମ ଶେଷରେ ପ୍ରବାସୀ ଓଡ଼ିଆ ଶିଶୁ ପ୍ରତିଭା ଦୃଷ୍ଟି ମହାପାତ୍ର ଭାରତ ନାଟ୍ୟମ ପରିବେଷଣ କରିଥିଲେ I ପ୍ରଦକ୍ଷିଣା ନୃତ୍ୟାନୁଷ୍ଠାନର ଶିଶୁ ପ୍ରତିଭା ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ I ମାନବ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ଟ୍ରଷ୍ଟର ସଭାପତି ଆର୍କିଟେକ୍ଟ ସାର୍ଥକ ସୁଭମଜ୍ୟୋତି ଟ୍ରଷ୍ଟର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ I ପୁରାତନ ଛାତ୍ର ତଥା ପ୍ରକଳ୍ପ ପରାମର୍ଶଦାତା ବିଶ୍ୱଜିତ ସାହୂ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ I

ସମ୍ବନ୍ଧିତ ଖବର