PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

ଦ୍ୱିତୀୟରେ ରହିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର: ପ୍ରଥମ ପର୍ଯ୍ଯାୟରେ ୭୩.୭୬%, ଦ୍ୱିତୀୟରେ ୭୨ %

source:http://www.jaagore.com

ଭୁବନେଶ୍ୱର ୧୯/୪: ପ୍ରଥମ ପର୍ଯ୍ୟାୟ ଅପେକ୍ଷା କମିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ହାର । ରାଜ୍ଯରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ ପ୍ରତିଶତ ମତଦାନ  ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ । ତେବେ ପ୍ରଥମ ପର୍ଯ୍ୟାୟରେ ମତଦାନ  ହାର ୭୩.୭୬ ପ୍ରତିଶତ ଥିଲା ।

ଗତକାଲି ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ବରଗଡ, ବଲାଙ୍ଗିର, କନ୍ଧମାଳ, ଆସିକା ଏବଂ ସୁନ୍ଦରଗଡ ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା । ସୁନ୍ଦରଗଡର ଲୋକସଭା ଅନ୍ତର୍ଗତ ବଣାଇ ଓ ସୁନ୍ଦରଗଡର ଗୋଟିଏ ଲେଖାଏଁ ବୁଥ୍ ଓ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଦଶପଲ୍ଲାର ୨ଟି ବୁଥରେ ପୁନଃ ମତଗ୍ରହଣ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି । ବରଗଡ ଜିଲ୍ଲାରେ ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ବରଗଡ ପ୍ରିଜାଇଡିଂ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।  

ଗତ ୯ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୭୩.୭୬ ପ୍ରତିଶତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ   ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ସହ ସଂଲଗ୍ନ ୨୮ ବିଧାନସଭା ପାଇଁ ଭୋଟରମାନେ ମତାଧିକାର ସାବ୍ୟସ୍ତ କରିଥିଲେ । ମାଓବାଦୀଙ୍କ ଭୟରେ ମାଲକାନଗିରି ଓ ରାୟଗଡ଼ାର ୧୪ ବୁଥରେ ଜଣେ ହେଲେ ଭୋଟର ଭୋଟ ଦେଇନଥିଲେ ।  ମୌଳିକ ସୁବିଧା ପୂରଣ ହୋଇନଥିବାରୁ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ୧୩ ଖଣ୍ଡ ଗାଁ ର ଭୋଟର ଭୋଟ ବର୍ଜନ କରିଥିଲେ ।

ସମ୍ବନ୍ଧିତ ଖବର