ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ହେଭିୱେଟଙ୍କ ଭାଗ୍ୟ ସିଲ୍‌

ସମ୍ବଲପୁର, ୧୮ା୪(ଆପ୍ର): ଦ୍ୱିତୀୟ ପର୍ଯ୍ୟାୟରେ ଆଜି ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁଁ ମତଦାନ ସମ୍ପନ୍ନ ହୋଇଛି । ଏଥିରୁ ରାଜ୍ୟର ପ୍ରଥମ ଲୋକସଭା ଆସନ ଭାବେ ପରିଚିତ ବରଗଡ଼ ଆସନ ଓ ଏହାର ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ଼ ଜିଲ୍ଲାର ୫ ଓ ଝାରସୁଗୁଡ଼ା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ରହିଛି । ଆଉ ଏହା ସହିତ ଭିଭିପାଟ୍‌ ମେସିନ୍‌ରେ ସିଲ୍‌ ହୋଇଯାଇଛି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ୭ ଜଣ ହେଭିୱେଟ ନେତାନେତ୍ରୀଙ୍କ ରାଜନୈତିକ ଭାଗ୍ୟ । ଆଜି ଭୋଟଗ୍ରହଣ ହୋଇଥିବା ନିର୍ବାଚନମଣ୍ଡଳୀଗୁଡ଼ିକ ହେଉଛି ଅତାବିରା, ବରଗଡ଼, ବିଜେପୁର, ପଦ୍ମପୁର ଓ ଭଟଲି ସମେତ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଳ୍ଲାର ୨ଟି ବିଧାନସଭା ଆସନ ଝାରସୁଗୁଡ଼ା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ।

ବରଗଡ଼ ଜିଲ୍ଲାରେ ସନ୍ଧ୍ୟା ସୁଦ୍ଧା ହସ୍ତଗତ ସୂଚନା ମତେ ୭୦% ମତଦାନ ହୋଇଛି । ଜିଲ୍ଲାର ପଦ୍ମପୁର ନିର୍ବାଚନମଣ୍ଡଳୀରେ ୬୭%, ବିଜେପୁରରେ ୬୪, ବରଗଡ଼ରେ ୭୨.୬, ଅତାବିରାରେ ୭୫ ଏବଂ ଭଟଲି ନିର୍ବାଚନମଣ୍ଡଳୀରେ ୭୦% ମତଦାନ ହୋଇଛି । ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ୭୯% ଏବଂ ବ୍ରଜରାନଗରରେ ୭୮% ମତଦାନ ହୋଇଥିବା ପ୍ରକାଶ । ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷା ଅଧିକାରୀଙ୍କୁ ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଏକ ଘଟଣା କ୍ରମରେ ବରଗଡ଼ ଜିଲ୍ଲା ସୋହେଲା ଥାନା ବଞ୍ଜାରୀ ଗାଁରେ ଭୋଟଦାନ ବେଳେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟ କେତେକ ସ୍ଥାନରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ଭଳି ସାମାନ୍ୟ ଘଟଣାକୁ ଛାଡ଼ି ଜିଲ୍ଲାରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି ।

ବରଗଡ଼ ଜିଲ୍ଲାରେ ଭୋଟିଂ ଅନିୟମିତତା ଅଭିଯୋଗ ପରେ ବରଗଡ଼ର ଶକ୍ତିନଗର, ଅରେଇଗୁଡ଼ି ଓ ଝାରବନ୍ଧ ବ୍ଲକ୍‌ ଡଭାର ଗୋଟିଏ ଲେଖାଏ ବୁଥ୍‌ରେ ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଭିଭିପାଟ ମେସିନ୍‌ରେ ରାଜନୈତିକ ଭାଗ୍ୟ ସିଲ୍‌ ହୋଇଥିବା ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ବିଜେପୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ, ଅତାବିରା ଆସନରୁ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭଟଲି ଆସନରୁ ମନ୍ତ୍ରୀ ସୁଶାନ୍ତ ସିଂ, କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଝାରସୁଗୁଡ଼ା ଆସନରୁ ନବ ଦାସ, ବ୍ରଜରାନଗରରୁ ବିଜେଡିର କିଶୋର ମହାନ୍ତି ଓ ବିଜେପିର ବିଧାୟିକା ରାଧାରାଣୀ ପଣ୍ଡା ।

   ସମ୍ବନ୍ଧିତ ଖବର


ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ

୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, ଆରମ୍ଭ ହେବ କୁମ୍ଭୀର ଗଣନା

କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହିରୋ ସୋରୁମ୍‌ ଦମ୍ପତି

ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…