ନୂଆପଡାରେ ଝଡ ତୋଫାନ: ଶୋଇଥିବା ଅବସ୍ଥାରେ ଗଛ ପଡି ଦୁଇ ମୃତ

ନୂଆପଡା ୨୦|୪: ନୂଆପଡା ଜିଲ୍ଲାରେ ଝଡ ତୋଫାନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଶୋଇଥିବା ଅବସ୍ଥାରେ ଘର ଉପରେ ଗଛ ପଡିଯିବା ପରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣକୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଜୋଙ୍କ ଥାନା ଭଣ୍ଡାରପୂରି ଗାଁରେ ।

ସୂଚନା ଅନୁସାରେ ରାତିରେ ଶୋଇଥିଲେ ଗୋଟିଏ ପରିବାରର ତିନିଜଣ ସଦସ୍ୟ । ରାତି ୧୦ଟା ପରେ ହଠାତ୍ ଝଡ ତୋଫାନ ଆସିଥିଲା । ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିଥିଲା । ଯାହା ଫଳରେ ଏକ ଗଛ ଝଡ ତୋଫାନରେ ଉପୁଡି ଘର ଉପରେ ପଡି ଯାଇଥିଲା । ଘରେ ଶୋଇଥିବା ଗୋଟିଏ ପରିବାରର ମା ଘନେଶ ତାଣ୍ଡି ଓ ନବମ ଶ୍ରେଣୀରେ ପଢୁଥିବା ନାବାଳିକା ତୁଳଶି କୁମାରୀ ତାଣ୍ଡି ଘର ଭିତରେ ସମ୍ପୂର୍ଣ୍ଣ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ଖବର ପାଇ ଜୋଙ୍କ ଥାନା ପୋଲିସ ଓ ଖରିଆର ରୋଡ୍ ଅଗ୍ନିଶମ ବିଭାଗ ତୁରନ୍ତ ବାହାରିଥିଲେ ମଧ୍ୟ ରାସ୍ତା ସାରା ପଡିଥିବା ଗଛ ଯୋଗୁଁ ତାଙ୍କୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ତେବେ ସେଠାରେ ପହଞ୍ଚି କଟରରେ କାଟି ଦୀର୍ଘ ୩ ରୁ ୪ ଘଣ୍ଟା ପରେ ସୁରକ୍ଷିତ ଜୀବିତ ଅବସ୍ଥାରେ ଜଣକୁ ବାହାର କରିଥିବା ବେଳେ ମା ଏବଂ ଝିଅଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ବାପାକୁ ସଙ୍ଗେ ସଙ୍ଗେ ନୂଆପଡା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ଶବ ବ୍ୟବଚ୍ଛେଦ ପାଇଁ ମା ଓ ଝିଅ ଦୁଇ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ଗୃହରେ ରଖାଯାଇvg

   ସମ୍ବନ୍ଧିତ ଖବର


କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ