ପ୍ରଥମଥର ପାଇଁ ଓଡ଼ିଶାରେ ଗଡ଼ିଲା ଦୁଇ ହଜାର ମିଟର ଲମ୍ବର ଟ୍ରେନ୍

ଭୁବନେଶ୍ବର,୨୫।୨: ପ୍ରଥମଥର ପାଇଁ ଓଡ଼ିଶାରେ ଦୁଇ ହଜାର ମିଟର ଲମ୍ବର ମାଲବାହୀ ଟ୍ରେନ୍ ଚଳାଚଳ ହୋଇଛି। ଇଷ୍ଟ କୋଷ୍ଟ ରେଲେଓ୍ବଜ୍ ୩ଟି ରେକସ ବିଶିଷ୍ଟ ଏହି ଟ୍ରେନ୍କୁ ପରୀକ୍ଷାମୂଳକ ଭାବେ ଏକାଠି ଆରମ୍ଭ କରିଛି। ତେବେ ବିଶେଷ କଥାଟି ହେଉଛି ଦୁଇ ହଜାର ମିଟିର ଲମ୍ବର ଏହି ଟ୍ରେନ୍ କମ୍ ମାନବ ସମ୍ବଳ ଦ୍ବାରା ଚାଲିବ। ଟ୍ରେନରେ ୧୪୭ ଓ୍ବାଗନ, ୩ଟି ବ୍ରେକ୍ ଗାର୍ଡ଼ ଭ୍ୟାନସ ଓ ୪ଟି ଇଞ୍ଜିନ୍ ଖଞ୍ଜା ଯାଇଛି। ଟ୍ରେନଟି ପରୀକ୍ଷା ମୂଳକ ଭାବେ ବରଗଡ଼ର ଗୋଡ଼ଭାଗାରୁ ସମ୍ବଲପୁର ରେଲେଓ୍ବ ଡିଭିଜନ୍ ର ବଲାଙ୍ଗୀର ଷ୍ଟେସନ ମଧ୍ୟରେ ଚଳାଚଳ କରାଯିବ। ସେହିପରି ପ୍ରଥମ ରେକସରେ ୪୫ଟି ଫ୍ଲାଟ ଓ୍ବାଗନ ସହିତ ସାମଗ୍ରୀ ଏବଂ ଦ୍ବିତୀୟ ଓ ତୃତୀୟ ଖାଲିଥିବା ରେକରେ ୫୧ଟି ଆଲୁମିନିୟମ୍ ସାମଗ୍ରୀ ବିଶାଖାପାଟନମ୍ ବିମାନବନ୍ଦର ଅଭିମୁଖେ ଯିବ।