ରାଜ୍ୟ ସରକାରଙ୍କୁ ବିରେଧୀ ଦଳ ନେତାଙ୍କ ପ୍ରସ୍ତାବ: ବିଧାୟକ ହାତ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ କର

ଭୁବନେଶ୍ୱର ୦୮/୪: ମହାମାରୀ କରୋନା ବର୍ତ୍ତର୍ମାନ ସାରା ବିଶ୍ୱରେ ଭୟଙ୍କର ରୂପ ଧାରଣ କରିଛି । ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ଭୂତାଣୁ ସହ ଲଢୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଦେଶ ଓ ରାଜ୍ୟର ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକ ପ୍ରତିନିଧିମାନଙ୍କର ବଡ ଭୂମିକା ରହିଛି ।

ଏହି ପରିପ୍ରେକ୍ଷୀରେ ଓଡିଶାର ସମସ୍ତ ବିଧାୟକ ମାନଙ୍କର ହାତପାଣ୍ଠିକୁ ୨ ବର୍ଷ ପାଇଁ ବନ୍ଦ କରିବା ସହ ସବୁ ବିଧାୟକ ଏବଂ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ କରାଯାଉ । ରାଜ୍ୟ ସରକାରଙ୍କୁ ଏ ପ୍ରସ୍ତାବ ଦେଇ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଏହା ସହ ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରୀ ଉଦ୍ୟୋଗଗୁଡିକରେ ସଭାପତି ଅବା ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିବିଶେଷ ମାନେ ମଧ୍ୟ ୩୦ ପ୍ରତିଶତ କମ ଦରମା ନେବା ପାଇଁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି ।

ଶ୍ରୀ ନାଏକ କହିଛନ୍ତିି ଯେ, କେନ୍ଦ୍ର ସରକାର ସମସ୍ତ ସାଂସଦ ମାନଙ୍କ ପାଇଁ ଏକ ବର୍ଷ ପର୍ଯ୍ୟନ୍ତ ୩୦ପ୍ରତିଶତ କମ ଦରମା ନେବା ବ୍ୟବସ୍ଥା ଲାଗୁ କରିଛନ୍ତି । କେନ୍ଦ୍ରରେ ମୋଦି ସରକାର ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତିି ଓଡିଶାରେ ମଧ୍ୟ ଅନୁରୂପ ଭାବେ ଏହାକୁ ଲାଗୁ କରାଯାଉ । ଏମଏଲଏ ଲାଡ ଫଣ୍ଡରୁ ଏବଂ ମନ୍ତ୍ରୀ, ବିଧାୟକଙ୍କ ଦରମା କାଟ୍‌ରୁ ଯେଉଁ ଅର୍ଥ ଆସିବ ଏଥିରେ ବିଶେଷ ପାଣ୍ଠି ଗଠନ କରି ଏହାକୁ କରୋନା ମୁକାବିଲା ପାଇଁ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘ ମିଆଦି ଯୋଜନା କରି ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀ ନାଏକ ପ୍ରସ୍ତାବ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


୨-୩ ମାସରେ ତିଆରି ହୋଇଯିବ କରୋନା ଔଷଧ : ଏମ୍ସ୍ ଅଧ୍ୟୟନ

WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ