ପ୍ରମୁଖ ଖବର
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଅନୁଗୁଳରେ ବାଇକ୍‌କୁ ପିଟିଲା ଟ୍ରକ୍, ୩ ବାଇକ୍ ଆରୋହୀ ମୃତ

ଅନୁଗୁଳ, ୨୭।୪: ଅନୁଗୁଳ ଜାତୀୟ ରାଜପଥ ୫୫ ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ମୃତ । ବାଇକ ଆରୋହୀଙ୍କୁ ଧକ୍କା ଦେବା ପରେ ଟ୍ରକ୍‌ଟି ଗଛରେ ପିଟି ହୋଇଥିଲା I ମୃତକ ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି । ଡେରେଜାଙ୍ଗ ଅଞ୍ଚଳର ରାଜେନ୍ଦ୍ର ପ୍ରଧାନ, ଛୋଟୁ ପ୍ରଧାନ ଏବଂ କୃପା ପ୍ରଧାନ ବୋଲି ସୂଚନା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଶନିବାର ଭୋରରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା I ଅନୁଗୋଳକୁ କୌଣସି କାମରେ ଆସିଥିବା ବେଳେ ୩ ବାଇକ ଆରୋହୀ କାମ ସାରି ନିଜ ଘର ଡେରେଜାଙ୍ଗକୁ ଫେରୁଥିଲେ I ଘଟଣାସ୍ଥାଳରୁ ଟ୍ରକ୍ ଡ୍ରାଇଭର ଫେରାର I ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.