ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୩କୁ ବଢିଲା

ଭୁବନେଶ୍ୱର ୨୬/୩: ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ । ଓଡିଶାରେ ଆଉ ଏକ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ଟ୍ୱିଟ୍ ଯୋଗେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜି ଟେଷ୍ଟ ହୋଇଥିବା ନମୂନା ମଧ୍ୟରେ ଗୋଟିଏ ପଜିଟିଭ୍ ବାହାରିଛି । ଆକ୍ରାନ୍ତ ଜଣକ ଭୁବନେଶ୍ୱରର ବୋଲି ଜଣା ପଡିଛି । ଏହା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ରାଜଧାନୀରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ପରେ ରାଜଧାନୀବାସୀଙ୍କ ଚିନ୍ତା ସାମାନ୍ୟ ବଢିଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ରୋଗୀ କେମିତି ସଂକ୍ରମିତ ହୋଇଥିଲେ, ସେ କାହା କାହା ସହ ମିଶିଥିଲେ, ସେ ବିଦେଶରୁ ଆସିଥିଲେ କି ନାହିଁ ଏନେଇ ଅଧିକ ଯାଞ୍ଚ କରାଯାଉଛି । ପୂର୍ବରୁ ମଧ୍ୟ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମସ୍ତେ ଭୁବନେଶ୍ୱରରେ ଆଇସୋଲେସନରେ ଅଛନ୍ତି । ପୂର୍ବ ୨ ରୋଗୀଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌