ବନ୍ଯା ପ୍ରଭାବିତ ଅଞ୍ଚଳରେ ସାହାଯ୍ୟ କରୁଥିବା ସମୟରେ କ୍ରାଶ୍ ହେଲା ହେଲିକପ୍ଟର, ୩ ମୃତ

ଡେରାଡୁନ୍ ୨୧/୮: ଉତ୍ତରାଖଣ୍ଡର ଉତ୍ତରକାଶୀରେ ବୁଧବାର ଦ୍ୱିପ୍ରହରେ ଏକ ହେଲିକପ୍ଟର କ୍ରାଶ୍ ହୋଇଯାଇଛି । ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ସମୁଦାୟ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏକ ପ୍ରାଇଭେଟ୍ କମ୍ପାନୀର ଏହି ହେଲିକଟ୍ର ବନ୍ଯା ପ୍ରଭାବିତ ଅଞ୍ଚଳରେ ସାହାଯ୍ଯ କରୁଥିଲା ଏବଂ ବିଭିନ୍ନ ସାମଗ୍ରୀ ପହଞ୍ଚାଇବା କାର୍ଯ୍ଯରେ ନିୟୋଜିତ ଥିଲା ।

ସୂଚନା ଅନୁସାରେ ହେଲିକପ୍ଟରଟି ମୋରିରୁ ସାମଗ୍ରୀ ବୋଝେଇ କରି ମୋଲ୍ଦି ଯାଇଥିଲା । ସେଠାରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଲା । ବନ୍ଯା ପ୍ରଭାବିତ ଅଞ୍ଚଳରେ କାମରେ ଲାଗିଥିବା ଭାରତ-ତିବ୍ବତ ସୀମା ପୋଲିସର ଯବାନମାନେ ହେଲିକପ୍ଟରକୁ କ୍ରାଶ୍ ହେବାର ଦେଖିଲେ ଏବଂ ଘଟଣାସ୍ଥଳରେ ପହଞ୍ଚିଲେ ।

ଉତ୍ତରକାଶୀର ମୋରି ତହସିଲର ଅରାକୋଟ, ମାକୁଡି ଓ ଚିକୋଚି ଗାଁରେ ୧୭ ଅଗଷ୍ଟ ରାତିରେ ବାଦଳ ଫଟା ବର୍ଷା ଆରମ୍ଭ ହୋଇଯାଇଥିଲା । ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଭୂସ୍ଖଳନ ଯୋଗୁଁ ୨୫ ଟି ଘର ଭୁଶୁଡି ପଡିଥିଲା । ରାଜ୍ଯରେ ବର୍ଷା ଓ ବନ୍ଯାରେ ଏହି ସିଜନରେ ୩୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଗତ କିଛି ଦିନରୁ ହେଉଥିବା ବର୍ଷା ପରେ ଏଠାରେ ଅଧିକାଂଶ ନଦୀରେ ପାଣି ପୂର୍ଣ୍ଣ ହୋଇଯାଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମାରି ବ୍ଲକର ଗସ୍ତ କରିଥିଲେ । ଏଠାରେ ୧୬ ଜଣଙ୍କ ମୃତ୍ଯୁ ହୋଇଛି ।

   ସମ୍ବନ୍ଧିତ ଖବର


NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ସାବଧାନ ! ଟ୍ୟାପ୍‌ ପାଣିରେ ଆସୁଛି ଘାତକ ଜୀବାଣୁ – ବ୍ରେନ୍‌କୁ କରୁଛି ଅକାମୀ…