PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ବଜ୍ରାଘାତରେ ଆଉ ୩ ଚାଷୀଙ୍କ ମୃତ୍ୟୁ, ଜଣେ ଗୁରୁତର

ରାଜକନିକା/ଓଳାଭର/କଣ୍ଡିଆହାଟ/ରାଜନଗର/କୁଜଙ୍ଗ, ୨୨ା୮(ଆପ୍ର): ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାର ୫ ଜଣ ଚାଷୀଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ବଜ୍ରାଘାତରେ ଉଭୟ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚରପଡ଼ା ପଞ୍ଚାୟତ ରସିକନଗରପଡ଼ାର ଜଗନ୍ନାଥ ଦାସ (୩୨), ରାଜନଗର ବ୍ଲକ ରାଜପୁର ଗାଁର ପ୍ରହ୍ଲାଦ ମଲ୍ଲିକ (୬୦), ଜଗତସିଂହପୁର ଜିଲ୍ଳା କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ମଲ୍ଲିପୁରା ଗ୍ରାମର ବତାସିଆ ବିଶ୍ୱାଳ (୪୫) । ସେହିପରି ବଜ୍ରାଘାତରେ ରାଜନଗର ରାଜପୁରର ଅନନ୍ତ ଚରଣ ଦାସ (୩୨) ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ମଧ୍ୟ।।ହ୍ନ ୧ଟା ବେଳେ କଣ୍ଡିଆ ନିକଟ ରସିକନଗର ପଡାର ଜଗନ୍ନାଥ ନିଜ ଜମିରେ ଚାଷ କରୁଥିବା ବେଳେ ବର୍ଷା ହେବା ସହ ପ୍ରଚଣ୍ଡ ବଜ୍ରପାତ ଆରମ୍ଭ ହୋଇ ଯାଇଥିଲା । ରୁଆ ବେଉଷଣ ବେଳେ ବର୍ଷାରେ ଭିଜି ଭିଜି ଚାଷ କରୁଥିବା ଚାଷୀମାନେ ବର୍ଷା ପବନକୁ ଭୟ ନ କରି ବିଲରେ ରହୁଥିବା କାରଣରୁ ବଜ୍ରାଘାତର ଶିକାର ହୋଇଥିଲେ ଜଗନ୍ନାଥ । ଜଗନ୍ନାଥ ହେଉଛନ୍ତି ଚରପଡା ପଞ୍ଚାୟତର ସମିତିସଭ୍ୟା ମଧୁସ୍ମିତା ଦାସଙ୍କ ସ୍ୱାମୀ । ତାଙ୍କର ୧ ବର୍ଷର ଗୋଟେ ପୁଅ ଥିବାବେଳେ ଚାଷ କରି ସେ ଗୁଜୁରାଣ ମେଣ୍ଟାଉଥିଲେ । ସ୍ଥାନୀୟ ଚାଷୀମାନେ ଜଗନ୍ନାଥଙ୍କୁ ଉଦ୍ଧାର କରି କଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରିଥିଲେ । ପରେ ତାଙ୍କୁ ରାଜକନିକା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲେ ବି ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ରାଜନଗର ବ୍ଲକ ରାଜପୁର ଗାଁର ପ୍ରହ୍ଲାଦ ଏବଂ ଅନନ୍ତ ବିଲରେ ଧାନ ରୋଉଥିଲେ । ପୂର୍ବାହ୍ନରେ ହଠାତ୍‌ ବଜ୍ରପାତ ହେବାରୁ ଉଭୟ ବିଲରେ ଟଳି ପଡିଥିଲେ । ପାଖ ବିଲରେ କାମ କରୁଥିବା ଅନ୍ୟ ଚାଷୀମାନେ ଉଭୟଙ୍କୁ ଉଦ୍ଧାର କରି ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବି ଡାକ୍ତର ପ୍ରହଲ୍ଲାଦଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନନ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ବଜ୍ରପାତରେ ଅନନ୍ତଙ୍କ ଗୋଡ ଓ ଅଣ୍ଟା ଅଚଳ ହୋଇପଡିଛି । ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଲ୍ଲିପୁରା ଗ୍ରାମର ବତାସିଆ ଆଜି ବିଲରେ କାମ କରୁଥିଲାବେଳେ ତାଙ୍କ ଉପରେ ବଜ୍ରପାତ ହେବାରୁ ସେ ସେହି ବିଲରେ ପଡି ଯାଇଥିଲେ । ଖବର ପାଇ ଗ୍ରାମବାସୀମାନେ ତାଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ତିନି ଜଣ ଚାଷୀ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।