ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ଯୁ

ରାୟଗଡା ୨୫୬: ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ଯୁ ଘଟିଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ରାୟଗଡା ଜିଲ୍ଲାପାଳ ଓ ଏସପି ପହଞ୍ଚିଛନ୍ତି । କୋରାପୁଟରୁ ଏକ ସ୍ପେଶାଲ ଟ୍ରେନ୍ ଟେକନିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଘଟଣାରେ କେଉଟଗୁଡା ଏବଂ ସିଙ୍ଗାପୁର ରୋଡ ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରାଯାଇଛି ।

ସମଲେଶ୍ୱରୀ ଏକ୍ସପ୍ରେସ୍ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ନିଆଁ ଲାଗିଯାଇଥିଲା । ସମଲେଶ୍ୱରୀ ଏକ୍ସପ୍ରେସ୍ ଯାଉଥିବା ସମୟରେ ସିଙ୍ଗାପୁର ରୋଡ୍ ଓ କେଉଟଗୁଡା ମଝିରେ ଟ୍ରାକ୍ ଉପରେ ମରାମତି ଚାଲିଥିବାରୁ ପୂର୍ବରୁ ଆଉ ଏକ ଟ୍ରେନ୍ ଅଟକି ରହିଥିଲା । ଉଭୟଙ୍କ ମଧ୍ଯରେ ଧକ୍କା ହେବା ଫଳରେ ସମଲେଶ୍ୱରୀ ଏକ୍ସପ୍ରେସର ଇଞ୍ଜିନ୍ ଏବଂ ଏହାକୁ ଲାଗିଥିବା ବଗିରେ ନିଆଁ ଲାଗିଯାଇଥିଲା । ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ଯୁ ଘଟିଛି । ଏଥିରେ ଜଣେ ମେଣ୍ଟନାନ୍ସ ଡ୍ରାଇଭର ସୁରେଶ, ସିନିୟର ଇଲେକ୍ଟ୍ରିକାଲ୍ ସେକ୍ସନ ଇଞ୍ଜିନିୟର ସାଗର ଓ ଇଲେକ୍ଟ୍ରିକାଲ୍ ଟେକ୍ନିସିଆନ୍ ଗୌରୀ ନାଇଡୁଙ୍କ ମୃତ୍ଯୁ ହୋଇଛି ।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ଜିଲ୍ଲାପାଳ ଓ ଏସ୍‌ପି ପହଞ୍ଚିଛନ୍ତି। ସ୍ପେଶାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ଯ କରୁଛି । ସମଲେଶ୍ୱରୀ ଏକ୍ସପ୍ରେସରେ ୧୪୮ଜଣ ଯାତ୍ରୀ ଥିଲେ । ଯାତ୍ରୀମାନଙ୍କୁ କୋରାପୁଟ ଓ ଜଗଦଳପୁରରେ ପହଞ୍ଚାଇବା ପାଇଁ ରେଳବାଇ କର୍ତ୍ତୃପକ୍ଷ ବସ ବ୍ୟବସ୍ଥା କରିଥିବା ସୂଚନା ମିଳିଛି । ଗୋଟିଏ ବସ ଜଗଦଳପୁର ଓ ଅନ୍ୟ ବସଟି କୋରାପୁଟ ପର୍ଯ୍ୟନ୍ତ ଯିବ ।

ଅନ୍ଯପଟେ ଏହି ଘଟଣାରେ ୨ ଷ୍ଟେସନ ମାଷ୍ଟର ସସପେଣ୍ଡ ହୋଇଛନ୍ତି ।  କର୍ତ୍ତବ୍ଯରେ ଅବହେଳା ପାଇଁ କେଉଟଗୁଡା ଏବଂ ସିଙ୍ଗାପୁର ରୋଡ ଷ୍ଟେସନ ମାଷ୍ଟରଙ୍କୁ ସସପେଣ୍ଡ କରାଯାଇଛି । ଉଭୟଙ୍କୁ ସସପେଣ୍ଡ କରାଯାଇଥିବାନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ୨ ଷ୍ଟେସନ ମାଷ୍ଟରଙ୍କ ମଧ୍ଯରେ ଯୋଗାଯୋଗରେ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଅଧିକ ପଢନ୍ତୁ ରାୟଗଡାରେ ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ

ଅଧିକ ପଢନ୍ତୁ ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ଯୁତ ଏବଂ ନିଆଁ ଲାଗିବା ଘଟଣା: ୨ ଷ୍ଟେସନ ମାଷ୍ଟର ସସପେଣ୍ଡ

   ସମ୍ବନ୍ଧିତ ଖବର


ସରକାର ଗଠନ ନେଇ ଶିବସେନା-କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି,ଏବେ ମନ୍ତ୍ରଣାଳୟ ବଣ୍ଟନ ନେଇ ହେବ ଆଲୋଚନା

ଦେଶର ବହୁଚର୍ଚ୍ଚିତ ଓ ବଡ ‘ ଭ୍ୟାପମ ଦୁର୍ନୀତି’ ମାମଲାରେ ୩୧ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୨୫ରେ ପ୍ରକାଶ ପାଇବ ଦଣ୍ଡାଦେଶ

ଇତିହାସ ରଚିଲେ ମୟଙ୍କ ପ୍ରତାପ ସିଂ, ହେଲେ ଦେଶର ସବୁଠାରୁ କମ୍ ବୟସ୍କ ବିଚାରପତି

ପ୍ରତି ଘଣ୍ଟାରେ ‘ସଡ଼କ ଦୁର୍ଘଟଣା’ରେ ଯାଉଛି ୧୭ ଜୀବନ: ଦ୍ରୁତ ଗାଡ଼ି ଚଲାଇବା ମୁଖ୍ୟ କାରଣ, ଶୀର୍ଷରେ ରହିଛି ତାମିଲନାଡୁ