PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ତିରୁପତି ମନ୍ଦିରରୁ ୩ ସୁନା ମୁକୁଟ ଚୋରି

source:www.cntraveller.in

ତିରୁପତି,୩ ।୨(ଏଜେନ୍ସି): ତିରୁପତି ସ୍ଥିତ ପ୍ରସିଦ୍ଧ ଗୋବିନ୍ଦରାଜସ୍ୱାମୀ ମନ୍ଦିରରୁ ତିନି ଦେବାଦେବୀଙ୍କ ସୁନା ମୁକୁଟ ଚୋରି ହୋଇଯାଇଛି । ଶ୍ରୀଦେବୀ, ଭୂଦେବୀ ଏବଂ ମାଲାୟାପ୍ପାଙ୍କ ମୂର୍ତ୍ତିରେ ଲାଗିଥିବା ଏହି ମୁକୁଟଗୁଡିକର ଓଜନ ପ୍ରାୟ ୧.୩ କିଲୋ ହେବ । ଶନିବାର ଭୋର ସମୟରେ ମନ୍ଦିରର ପୂଜାରୀ ଏହି ମୁକୁଟଗୁଡିକ ଗାଏବ ହୋଇଯାଇଥିବାର ଲକ୍ଷ୍ୟ କରିଥିଲେ ଏବଂ ଏସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ । ଭାରତର ମହାନ ଆଧ୍ୟାତ୍ମିକ ସନ୍ଥ ରାମାନୁଜାଚାର୍ଯ୍ୟ ଦ୍ୱାଦଶ ଶତାଦ୍ଦୀରେ ଏହି ମନ୍ଦିରର ନିର୍ମାଣ କରାଇଥିଲେ । ଏଠାରୁ ଠାକୁରଙ୍କ ମୁକୁଟ ଚୋରି ହେବା ଭକ୍ତମାନଙ୍କୁ ଆଘାତ ଦେଇଛି । ସ୍ଥାନୀୟ ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ଏବଂ ମନ୍ଦିରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜର ବିଶ୍ଲେଷଣ କରୁଛି ।