PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ବୋଲେରୋ-ହାଇଓ୍ବା ମୁହାଁମୁହିଁ ଧକ୍କା, ୩ ଗୁରୁତର

ଯାଜପୁର,୨୬।୧  ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଶୋବରା ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ସହ ହାଇଓ୍ବା ମୁହାଁ ମୁହିଁ ଧକ୍କା ହେବାରୁ ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି।

ଶୋବରା ଛକ ନିକଟରେ ଏକ ବୋଲେରୋ ସାମ୍ନା ପଟୁ ଆସୁଥିବା ଏକ ହାଇୱା ସହ ମୁଁହାମୁହିଁ ଧକ୍କା ହୋଇଛି। ଫଳରେ ବୋଲେରୋ ଡ୍ରାଇଭର ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦାନଗଦି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଏହି ୩ ଆହତଙ୍କ ମଧ୍ୟରୁ ଦୁଇ ଜଣ ନୟାଗଡ଼ ଅଞ୍ଚଳର ଦେବଦତ୍ତ ଆଚାର୍ଯ୍ୟ ଓ ବିକ୍ରମ କେଶରୀ ସାହୁ ହୋଇଥିବାବେଳେ ଆଉ ଜଣେ କଳିଙ୍ଗନଗର ଅଞ୍ଚଳର ଜଗବନ୍ଧୁ ମୁଦୁଲି ବୋଲି ଜଣା ପଡ଼ିଛି।

ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଘଟଣା ସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର