ଯାଜପୁର, ୧୬/୦୫ : ମାଟି ଅତଡ଼ା ଖସି ୩ ଶ୍ରମିକ ମୃତ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଲକୁଣ୍ଡ ଥାନା ରାହାସଗୁହାଳି ଗ୍ରାମରେ ଏଭଳି ଅଘଟଣ ଘଟିଛି। ସମସ୍ତ ଶ୍ରମିକ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି। ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।
ସୂଚନାନୁଯାୟୀ, ବିଞ୍ଝାରପୁର ବ୍ଲକ ଅଲକୁଣ୍ଡ ଥାନା ରାହାସଗୁହାଳି ଗ୍ରାମରେ ପାନୀୟ ଜଳ ପ୍ରକଳ୍ପରେ ପାଇପ ବିଛାଯାଉଥିଲା। ଏହି ସମୟରେ ପାଇପ୍ ତଳେ ଚାପି ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସମସ୍ତ ଶ୍ରମିକ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି। ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ତଦନ୍ତ ପେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି।