ଦିନ ଦ୍ୱିପ୍ରହରେ ଲୁଟ୍, ସାଢେ ୩ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ବଲାଙ୍ଗିର ୨୩/୧୦: ସ୍ପଷ୍ଟ ଦିବାଲୋକରେ ଡକାୟତି । ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟ। ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ  ଖପ୍ରାଖୋଲ ବ୍ଲକର ବୁଡ଼ିବାହାଲ ଗ୍ରାମର ମାନସ ସାହୁ ଓ ସାଇରମ ସାହୁ  ଧଣ୍ଡାମୁଣ୍ଡା ଗ୍ରାମରେଥିବା କିଓସ୍କ ବ୍ୟାଙ୍କକୁ ଯାଉଥିବାବେଳେ ପାଟଣାଗଡ ବଥରଲା ଗ୍ରାମ ନିକଟରେ ୨ଟି ପଲସର ଗାଡିରେ ୬ ଜଣ ଦୁର୍ବୁତ୍ତ ଆସି ଅତର୍କିତ ଆକ୍ରମଣ କରିଥିଲେ । ସେମାନଙ୍କ ଠାରୁ ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟ କରି ନେଇଥିଲେ ଦୁର୍ବୃତ୍ତ । କିଛି ସ୍ଥାନୀୟ ବ୍ୟକ୍ତି ଆସିବା ପରେ ଆହତଙ୍କୁ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାକୁ ଅଣାଯାଇଥିଲା । ଏନେଇ ପାଟଣାଗଡ ଥାନାରେ ଏକ ଲିଖିତ ମାମଲା ରୁଜୁ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଆହତମାନଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।