ବିଜେଡିର ୩ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର ୧୪/୪: ବିଜେଡିର ୩ ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ । ବିଜେଡିର ରାଜ୍ଯ ପରାମର୍ଶଦାତା ସଞ୍ଜୟ ବାବୁଙ୍କୁ ନୂଆ ଦାୟିତ୍ୱ ମିଳିଛି । ସଞ୍ଜୟ ବାବୁଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି । ସେପଟେ ସନ୍ତୋଷ ଜେନାଙ୍କୁ ମଧ୍ୟ ଦଳର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ସନ୍ତୋଷ କୁମାର ଲେଙ୍କାଙ୍କୁ ମିଡ଼ିଆ ପେନାଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି ।