PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ତିନି ଦଳରୁ ଏଲ୍‌ଏଲବି ପ୍ରାର୍ଥୀ: ଜଗା ସବୁଠୁ ଧନୀ, ଅନନ୍ତ ଓ ରାଜୀବଙ୍କ ଗାଡ଼ି ନାହିଁ

ଭୁବନେଶ୍ୱର,୫ା୪(ବ୍ୟୁରୋ): ମଧ୍ୟ ଭୁବନେଶ୍ୱର । ରାଜଧାନୀର ସବୁଠୁ ହାଇପ୍ରୋଫାଇଲ୍‌ ନିର୍ବାଚନମଣ୍ଡଳୀ । ନିର୍ବାଚନ ଲଢ଼ିବା ପାଇଁ ମୋଟ ୧୪ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । କିନ୍ତୁ, ଅସଲ ଲଢ଼େଇ ଜମିବ ତିନି ଦଳର ପ୍ରାର୍ଥୀଙ୍କ ଭିତରେ । ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ କଂଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଏଲ୍‌ଏଲ୍‌ବି । ଅର୍ଥାତ ତିନି ପ୍ରମୁଖ ପ୍ରାର୍ଥୀ ଆଇନ ଶିକ୍ଷାରେ ସ୍ନାତକ ହାସଲ କରିଛନ୍ତି ।

ଏବେ ନଜର ପକାଇବା ପ୍ରାର୍ଥୀଙ୍କ ଧନସମ୍ପତ୍ତି ଉପରେ । ଟଙ୍କା ପଇସା, ଜାଗାବାଡ଼ିରେ ସବୁଠୁ ଉପରେ ରହିଛନ୍ତି ଜଗନ୍ନାଥ । ଭୁବନେଶ୍ୱରର ମୂଳ ବାସିନ୍ଦା ଜଗନ୍ନାଥ ବଂଶାନୁକ୍ରମିକ ଭାବେ ବହୁ ଭୂସମ୍ପତ୍ତିର ଅଧିକାରୀ । ଜଗନ୍ନାଥଙ୍କ ନାମରେ ମୋଟ ୧୫ କୋଟି ୩୪ ଲକ୍ଷ ୮୮ ହଜାର ୩୫୮ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କ ଅସ୍ଥାବର ସମ୍ପତ୍ତିରେ ୪୦ ହଜାର ଟଙ୍କାର ନଗଦ, ଦେଢ଼ ଲକ୍ଷ ଟଙ୍କାର ସୁନାଗହଣା ଓ ୩ ଲକ୍ଷ ୩୦ ହଜାର ଟଙ୍କାର ଗୋଟିଏ ଟାଟା ଟିପ୍ପର, ମାରୁତି କାର୍‌ ରହିଛି । ୧୫ କୋଟି ଟଙ୍କାର ଜମିବାଡ଼ି ବି ଅଛି । ଜଗନ୍ନାଥଙ୍କ ପତ୍ନୀଙ୍କ ନାମରେ ୭୧ ଲକ୍ଷ ୧୪ ହଜାର ୯୮୩ ଟଙ୍କାର ସମ୍ପତ୍ତି ଅଛି । ସେଥିରେ ୯ ଲକ୍ଷ ୮୦ ହଜାର ଟଙ୍କାର ସୁନାଗହଣା, ନଗଦ ୧୫ ହଜାର ଟଙ୍କା, ୪୮ ଲକ୍ଷ ୧୦ ହଜାର ୧୭୫ ଟଙ୍କା ମୂଲ୍ୟର ଜମିବାଡ଼ି ରହିଛି । ତେବେ ଜଗନ୍ନାଥଙ୍କ ବାର୍ଷିକ ଆୟ ୭ ଲକ୍ଷ ୭୩ ହଜାର ୪୮୦ ଟଙ୍କା ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି ।

ବିଜେଡି ପ୍ରାର୍ଥୀ ଅନନ୍ତ ମୋଟ ୮୪ ଲକ୍ଷ ୭୩ ହଜାର ୪୮୯ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ । ତାଙ୍କ ଅସ୍ଥାବର (ଚଳନ୍ତି) ସମ୍ପତ୍ତିର ମୂଲ୍ୟ ୪୯ ଲକ୍ଷ ୭୩ ହଜାର ୪୮୯ ଟଙ୍କା ହୋଇଥିବାବେଳେ ଏଥିରେ ନଗଦ ୫୦ ହଜାର ଟଙ୍କା, ୩ ଲକ୍ଷ ୧୫ ହଜାର ଟଙ୍କାର ସୁନାଗହଣା ଅଛି । ମାତ୍ର ଦୁଇ ଦୁଇ ଥର ବିଏମ୍‌ସି ମେୟର ଥିବା ଅନନ୍ତଙ୍କ ପାଖରେ ନିଜର ବୋଲି ଖଣ୍ଡିଏ ଗାଡ଼ି ନାହିଁ । ତେବେ ଅନନ୍ତଙ୍କ ବାପା ବୃନ୍ଦାବନ ଜେନାଙ୍କ ନାଁରେ ୨ କୋଟି ୧୬ ଲକ୍ଷ ଟଙ୍କା ମୂଲ୍ୟର ଜାଗା ଓ କୋଠାବାଡ଼ି ରହିଛି । ଅନନ୍ତଙ୍କ ଆୟ ପୂର୍ବାପେକ୍ଷା କମିଛି । ୨୦୧୩-୧୪ ବର୍ଷରେ ଅନନ୍ତ ବାର୍ଷିକ ୧୨ ଲକ୍ଷ ଟଙ୍କାରୁ ଅଧିକ ଆୟ କରିଥିବାବେଳେ ୨୦୧୭-୧୮ରେ ଏହା ୩ ଲକ୍ଷ ୯୩ ହଜାର ଟଙ୍କାକୁ ଖସି ଆସିଛି ।

କଂଗ୍ରେସ ପ୍ରାର୍ଥୀ ରାଜୀବ ସମ୍ପତ୍ତିବାଡ଼ିରେ ପଛରେ ରହିଛନ୍ତି । ରାଜୀବ ପ୍ରାୟ ୧୩ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ । ଅସ୍ଥାବର (ଚଳନ୍ତି) ସମ୍ପତ୍ତି ଭିତରେ ନଗଦ ୪ ଲକ୍ଷ ୫୧ ହଜାର ୭ଶହ ଟଙ୍କା ଓ ୩ ଲକ୍ଷ ୩୦ ହଜାର ଟଙ୍କାର ସୁନାଗହଣା ଅଛି । ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ ଲକ୍ଷ ୬୪ ହଜାର ୫୩୦ ଟଙ୍କା ହେବ । ରାଜୀବଙ୍କର ବି ନିଜର ଖଣ୍ଡିଏ ଗାଡ଼ି ନାହିଁ ।

ସମ୍ବନ୍ଧିତ ଖବର