PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ପୋଲିସ ହାତରେ ୩ ଦୁର୍ଦ୍ଦାନ୍ତ ମାଓବାଦୀ, ହତ୍ଯା ଓ ଲୁଟ୍ ଭଳି ରହିଛି ଅନେକ ଅପରାଧିକ ମାମଲା

ରାଉରକେଲା ୧୬/୩:  ପୋଲିସ ହାତରେ ତିନି ଦୁର୍ଦାନ୍ତ ମାଓବାଦୀ । ଗିରଫ ହୋଇଥିବା ତିନି ମାଓବାଦୀ ହେଲେ , ଅଜୟ ମୁଣ୍ଡା, ସାନିକା ଲୋହାର ଓ ମଙ୍ଗ ଓରାମ । ୨୦୦୮ ମସିହାରେ କାଦ୍ରୀ ଲୋହାର ଓ ତାଙ୍କ ସ୍ୱାମୀ ନକ୍ସଲ ସଙ୍ଗଠନକୁ ବିଦାୟ ଦେଇ ସମାଜର ମୁଖ୍ୟ ସୋତ୍ରରେ ସାମିଲ ହେବା ପାଇଁ ରାଉରକେଲା ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିଲେ । 

କିଛିଦିନ ଜେଲରେ ରହି ମୁକୁଳିବା ପରେ ସ୍ବାମୀ-ସ୍ତ୍ରୀ  ପରିଶ୍ରମ କରି ଜୀବନ ଅତିବାହିତ କରୁଥିଲେ । କିନ୍ତୁ କିଛିଦିନ ପରେ ରୋଗାଗ୍ରସ୍ତ ହୋଇ କାଦ୍ରୀ ଲୋହାରଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଥିଲେ । ୨୦୧୧ ମସିହାରେ ଏହି ତିନି ମାଓବାଦୀ କାଦ୍ରୀ ଲୋହାରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ସେବେଠାରୁ ଏହି ୩ ମାଓବାଦୀଙ୍କୁ ଖୋଜୁଥିଲା ପୋଲିସ । ଗତକାଲି ରାତିରେ ସରଣ୍ଡା ଜଙ୍ଗଲ ଅଂଚଳରୁ ଏମାନଙ୍କୁ ଗିରଫ କରିଛି ବିଶ୍ରା ପୋଲିସ । ଏହି ୩ ମାଓବାଦୀଙ୍କ ବିରୋଧରେ ହତ୍ୟା, ରାହାଜନୀ ଲୁଟ୍ ଭଳି ଅନେକ ମାମଲା ରହିଛି ।

ସମ୍ବନ୍ଧିତ ଖବର