PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଚାଲିଲା ମେମୁ: ୩ଟି ପାସେଞ୍ଜର ଟ୍ରେନ ବଦଳରେ ଗଡ଼ିବ ଏହି ଟ୍ରେନ

ଭୁବନେଶ୍ବର ୧୯।୪ : ତିନିଟି ପାସେଞ୍ଜର ଟ୍ରେନ୍‌ ଯଥା ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ଓ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ବଦଳରେ ମେମୁ ଟ୍ରେନ୍‌ ଚଳିତ ସପ୍ତାହଠାରୁ ଚଳାଚଳ କରିବାକୁ ସ୍ଥିର ହୋଇଛି। ବର୍ତ୍ତମାନ ଏହି ନୂତନ ମେମୁ ଟ୍ରେନ୍‌ ପ୍ରଚଳନ ହେବା ପରେ ପ୍ରଚଳିତ ଲୋକାଲ ଟ୍ରେନ୍‌କୁ ଅପସାରଣ କରାଯିବ। ନୂତନ ନମ୍ବର ହୋଇ ଟ୍ରେନ୍‌ ଚଳାଚଳ କରିବ।

ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ମେମୁ ଟ୍ରେନ୍‌(୬୮୪୦୮/୬୮୪୦୭) ଏପ୍ରିଲ ୨୦ରୁ ଭୁବନେଶ୍ୱରଠାରୁ ଓ ଭଦ୍ରକଠାରୁ ଚଳିତ ମାସ ୨୧ରୁ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ (୬୮୪୧୧/୬୮୪୧୨) ଉଭୟ ଦିଗରୁ ଚଳିତ ମାସ ୨୧ ତାରିଖରୁ ଏବଂ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ମେମୁ(୬୮୪୧୯/୬୮୪୨୦) ଭୁବନେଶ୍ୱରଠାରୁ ଏପ୍ରିଲ ୨୧ରୁ ଓ ପଲାସାଠାରୁ ଚଳିତ ମାସ ୨୨ ତାରିଖରୁ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନ୍‌ ବଦଳରେ ଚାଲିବ।

ଏହି ମେମୁ ଟ୍ରେନ୍‌ଗୁଡ଼ିକ ପୂର୍ବରୁ ଚଳାଚଳ କରୁଥିବା ଲୋକାଲ ପାସେଞ୍ଜର ଟ୍ରେନ୍‌ ସମୟ ସାରଣୀ ଅନୁଯାୟୀ ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ଦିନମାନଙ୍କରେ ଦୈନିକ ଯାତ୍ରୀମାନଙ୍କର ସୁବିଧା ପାଇଁ ପୂର୍ବ ପ୍ରଚଳିତ ଲୋକାଲ ଟ୍ରେନ୍‌ ଚଳାଚଳ କରିବ।

ସମ୍ବନ୍ଧିତ ଖବର