ଦକ୍ଷିଣ କଶ୍ମୀରର ସୋପିଆଁରେ ତିନି ଆତଙ୍କବାଦୀ ନିହତ, ମାର୍ଚ୍ଚ ସୁଦ୍ଧା ୬୫ ଆତଙ୍କବାଦୀଙ୍କ ମୃତ୍ୟୁ

ନୂଆଦିଲ୍ଳୀ ୨୮।୩: ଗୁରୁବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ସୋପିଆଁ ଅନ୍ତର୍ଗତ କେଲାର ଅଞ୍ଚଳରେ ଆତଙ୍କବାଦୀ ଓ ନିରାବତ୍ତା ବଳଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟି ତିନି ଜଣ ଆତଙ୍କାବାଦୀଙ୍କର ମୃତ୍ୟୁ ଘଟିଥିବା କଥା ଭାରତୀୟ ସେନାବାହିନୀର ଅଧିକାରୀମାନେ କହିଛନ୍ତି।

ସୋପିଆନ ଜିଳ୍ଳାର କେଲାର ଅନ୍ତର୍ଗତ ସ୍ବାରଓ୍ବାନ୍ ଅଞ୍ଚଳର ସର୍ଚ ଆଣ୍ଡ୍ କର୍ଡନ ଅଭିଯାନ ସମୟରେ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।

ସେନାର ଜଣେ ମୁଖପାତ୍ର କହିଛନ୍ତି, ଜିଳ୍ଲାର ୟରବନ ଜଙ୍ଗଲରେ ଆତଙ୍କବାଦୀ ଅଛନ୍ତି ବୋଲି ସୂଚନା ମିଳିଥିଲା। ସୋପିଆଁର ଅପରେସନ୍ ସ୍ବାରଓ୍ବାନ ଫରେଷ୍ଟେରର ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ଏବଂ ଅଭିଯାନ ଚାଲୁ ରହିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମୋଟ ୬୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।