୩ମାସ ମାଗଣା ମିଳିବ ଗ୍ୟାସ୍‌ ସିଲିଣ୍ଡର-ଉଜ୍ଜଳା ଯୋଜନାରେ ୮ କୋଟି ବିପିଏଲ୍‌ ପରିବାରଙ୍କୁ ୩ ମାସ ଯାଏଁ ସିଲିଣ୍ଡର ମାଗଣା


ନୂଆଦିଲ୍ଲୀ – ଲକ୍‌ ଡାଉନ୍‌ ଯୋଗୁଁ କେନ୍ଦ୍ର ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ଉଜ୍ଜଳା ଯୋଜନାରେ ବିପିଏଲ୍‌ ପରିବାରକୁ ୩ ମାସ ଯାଏଁ ଗ୍ୟାସ ସିଲିଣ୍ଡର ମାଗଣା ରେ ଦିଆଯିବ । କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ଏଥିପାଇଁ ଦେଶର ଅର୍ଥନୀତିକୁ ଏକ ବଡ ଝଟକା ଲାଗିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ କଡା କଡି ଭାବେ ଲକ୍‌ଡାଉନ୍‌କୁ ପାଳନ କରିବାପାଇଁ କୁହାଯାଇଛି । ଏଥିପାଇଁ ଲୋକଙ୍କ ରୋଜଗାର ସହ ଦେଶର ଅର୍ଥନୀତି ପ୍ରଭିବିତ ହୋଇଛି । ଏଥିପାଇଁ କେନ୍ଦ୍ର ସରକାର ଏକ ସହାୟତା ପ୍ୟାକେଜ୍‌ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ ଏହି ଆର୍ଥିକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି ।

ଉଜ୍ଜଳା ଯୋଜନାରେ ସାମିଲ ଥିବା ସମସ୍ତ ବିପଏଲ୍‌ ପରିବାରକୁ ୩ ମାସ ଯାଏଁ ମାଗଣା ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଉଜ୍ଜଳା ଯୋଜନାରେ ଦେଶରେ ପ୍ରାୟ ୮ କୋଟି ୩୦ ଲକ୍ଷ ବିପିଏଲ୍‌ ପରିବାର ପଞ୍ଜିକୃତ ଅଛନ୍ତି ।

ପଢନ୍ତୁ — ୩ମାସ ମାଗଣା ମିଳିବ ଗ୍ୟାସ୍‌ ସିଲିଣ୍ଡର-ଉଜ୍ଜଳା ଯୋଜନାରେ ୮ କୋଟି ବିପିଏଲ୍‌ ପରିବାଙ୍କୁ ୩ ମାସ ଯାଏଁ ସିଲିଣ୍ଡର

ଲକ୍‌ ଡାଉନ୍‌ ବେଳେ ସରକାରଙ୍କ ବଡ ଘୋଷଣା- ଗରିବଙ୍କୁ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ

ଭୁବନେଶ୍ୱର ଏମ୍‌ସରେ ଆରମ୍ଭ ହେଲା କରୋନା ସ୍ବାବ୍ ନମୁନା ପରୀକ୍ଷା

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ