
ବୁର୍ଲା, ୧୪/୦୧: ବୁର୍ଲା କୋଭିଡ ହସ୍ପିଟାଲରେ ପୁଣି ୩ ଜଣ କରୋନା ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଝାରସୁଗୁଡା ଜିଲ୍ଲାର ଜଣେ ୬୫ବର୍ଷିୟା ବୃଦ୍ଧା ଏବଂ ଜଣେ ୪୫ ବର୍ଷିୟ ଯୁବକ ଥିବା ବେଳେ ଆଉ ଜଣେ ୫୪ ବର୍ଷିୟ ବୃଦ୍ଧ ଥିବା ଜଣାପଡିଛି ।