ଝାରଖଣ୍ଡରେ ଏନକାଉଣ୍ଟର; ୩ ନକ୍ସଲ ନିହତ, ଜଣେ ଯବାନ ସହିଦ

ରାଞ୍ଚି ୧୫।୪: ସୋମବାର ପ୍ରତ୍ୟୁଷରେ ଝାରଖଣ୍ଡ ବେଲଭାଘାଟ ଜଙ୍ଗଲରେ ତିନିଜଣ ନକ୍ସଲଙ୍କର ପୁଲିସ ଏନକାଉଣ୍ଟରରେ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ତେବେ ଏହି ଏନକାଉଣ୍ଟରରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ପାଖରୁ ବିପୁଳ ମାତ୍ରରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ବେଲଭାଘାଟରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇବାମାତ୍ରେ ସିଆରପିଏଫ ୭ମ ବାଟାଲିୟନ୍ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଯବାନ ମାନଙ୍କୁ ଦେଖିବା ପରେ ନକ୍ସଲମାନେ ପ୍ରଥମେ ଗୁଳିଚାଳନା କରିଥିଲେ।
ଏହାପରେ ଯବାନମାନେ ସଙ୍ଗେ ସଙ୍ଗେ ଗୁଳିଚାଳନା କରିଥିଲେ। ଏହି ସମୟରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଥିଲା।ଏଥିରେ ଭୟଭୀତ ହୋଇ ନକ୍ସଲମାନେ ପଳାୟନ କରିଥିଲେ। ତେବେ ୩ଜଣ ନକ୍ସଲ ପୁଲିସର ଗୁଳିମାଡ଼ରେ ପ୍ରାଣ ହରାଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଗୋଟିଏ ଏକେ ୪୭ ରାଇଫଲ, ୩ଟି ମାଗାଜିନ୍, ୪ଟି ବୋମା ଉଦ୍ଧାର କରାଯାଇଛି।