PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆନ୍ଧ୍ରପ୍ରଦେଶରେ ହେବ ତିନୋଟି ରାଜଧାନୀ, ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ ଜଗନ ମୋହନ

ନୂଆଦିଲ୍ଲୀ, ୧୮|୧୨:    ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ରାଜ୍ୟର ଭବିଷ୍ୟତ ପାଇଁ ଗୋଟିଏ ବଦଳରେ ତିନୋଟି ରାଜଧାନୀ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାରେ ବିଶାଖାପାଟ୍ଟନାମରେ ଏକ କାର୍ଯ୍ୟକାରୀ ରାଜଧାନୀ ଓ କରନୁଲରେ ନ୍ୟାୟିକ ରାଜଧାନୀ ନିର୍ମାଣ କରିବାକୁ ଚିନ୍ତା କରୁଥିବା କହିଛନ୍ତି। ଏଥିରେ ରାଜ୍ୟର ସମସ୍ତ ଅଞ୍ଚଳରେ ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି।

ମେ ୩୦ରେ ଜଗନମୋହନ ମୁଖ୍ୟମନ୍ତ୍ରୀ ଭାବେ ପଦ ଗ୍ରହଣ କରିବା ପରେ ଅମରାବତୀରେ ନିର୍ମାଣାଧୀନ ସମସ୍ତ ଢାଞ୍ଚାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ରାଜଧାନୀ ଅନ୍ୟ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଚାହୁଁଥିବା ଆକଳନ କରାଯାଇଥିଲା। ଏଥିପାଇଁ ସେ ଜଣେ ପୂର୍ବତନ ଆଇଏଏସ ଅଧିକାରୀ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ଏପରିକି ଏକ କମ୍ପାନୀ ରିପୋର୍ଟ ଦେବା ପରେ ହିଁ ଅନ୍ୟ ରାଜଧାନୀ ବାବଦରେ ଆଲୋଚନା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କେବଳ ବିଧାନସଭା ନିର୍ମାଣ ପାଇଁ ୯୦୦୦ ଟଙ୍କା ବିନିଯୋଗ କରିଥିଲେ। ସେହିପରି ୨୩୦ କୋଟି ଟଙ୍କାରେ ବେଲାବାପୁଡିରେ ନିର୍ମାଣ କରାଯାଉଥିବା ଅସ୍ଥାୟୀ ସଚ୍ଚିବାଳୟକୁ ବର୍ତମାନ ବିଶାଖାପାଟନାମ୍ ସ୍ଥାନାନ୍ତର କରାଯିବ।  ଏପରି ହେଲେ ସରକାରୀ କର୍ମଚାରୀମାନେ ପୁଣି ଅନ୍ୟ ଏକ ସହରକୁ ଯିବେ। କାରଣ ପୂର୍ବରୁ ରାଜ୍ୟ ବିଭାଜନ ବେଳେ ସେମାନେ ୨୦୧୬ରେ ହାଇଦ୍ରାବାଦରୁ ବିଜୟଓ୍ୱାଡା ଚାଲି ଯାଇଥିଲେ।