PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ୩ ଓଡ଼ିଆ ସାଂସଦ

ଭୁବନେଶ୍ୱର ୦୧/୦୮: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି.ଆଇ (ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌) ଜି.ଆଇ ଟ୍ୟାଗ୍‌ ମାନ୍ୟତା କରିବାକୁ ଦାବି କରିଛନ୍ତି ୩ ସାଂସଦ । ସୁବାଷ ସିଂହ ନେତୃତ୍ୱରେ ସାଂସଦ ମୁନା ଖାନ ଓ ସାଂସଦ ମମତା ମହନ୍ତ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ତାଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟଳୟରେ ଭେଟି ଏହା ଦାବି କରିଛନ୍ତି । କେନ୍ଦ୍ରାପଡାର ଆରାଧ୍ୟ ଦେବତା ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜି .ଆଇ. ଟ୍ୟାଗ କରିବା ପାଇଁ ଦାବି କରିବା ସଂଗେ ସଂଗେ ମନ୍ତ୍ରୀ ମହୋଦୟକୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି ।

ଏମିତିରେ ଦେଖିଲେ, ବଡ଼ଠାକୁର ଶ୍ରୀବଳଦେବଜିଉଙ୍କ ମୁଖ୍ୟ ନୈବେଦ୍ୟ ହେଉଛି ରସାବଳି । ଇତିହାସ ପ୍ରମାଣ ଦିଏ, ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧବଳଦେବଙ୍କ ମନ୍ଦିରରେ ଶ୍ରୀଜିଉଙ୍କ ପ୍ରିୟ ଭୋଗ ଭାବରେ ବଙ୍ଗ ରାଜତ୍ୱ ସମୟରୁ ଏହାର ପ୍ରଚଳନ ଅଛି । ଏଣୁ ରସାବଳି ପଛରେ ରହିଛି ଦୀର୍ଘ ପ୍ରାୟ ସାତ ଶହ ବର୍ଷର ଇତିହାସ, ପରମ୍ପରା, ଐତିହ୍ୟ ଓ ନୀତିକାନ୍ତିର ଭିତ୍ତି । ଏଣୁ ରସାବଳିକୁ ଜିଆଇ ଟ୍ୟାଗ୍‌ ମିଳିବା ଦ୍ୱାରା କେନ୍ଦ୍ରାପଡ଼ାର ଅସ୍ମିତା, ସ୍ୱତନ୍ତ୍ରତା, ରୁଚିବୋଧ ଓ ଖାଦ୍ୟ ସଂସ୍କୃତିକୁ ସ୍ୱତନ୍ତ୍ର ସ୍ୱୀକୃତି ମିଳିପାରିବ ବୋଲି ମତ ପ୍ରକାଶ ପାଉଛି । କାରଣ, ଜିଆଇ ବା ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ ଟ୍ୟାଗ୍‌ ହେଉଛି ଏକ ପରିଚୟ, ଏକ ସ୍ୱୀକୃତି । ମୌଳିକତା, ଗୁଣବତ୍ତା ଓ ଉତ୍ତମ ମାନକର ଏହା ପରିଚାୟକ । ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରୁ ଉଦ୍‌ଭୂତ ବା ସୃଷ୍ଟ କୌଣସି ମୌଳିକ ଦ୍ରବ୍ୟ ବା ଜିନିଷକୁ ଜିଆଇ ଟ୍ୟାଗ୍‌ ବିଧିବଦ୍ଧ ଭାବେ ସ୍ୱୀକୃତି ଦେଇଥାଏ । ଜିଆଇ ଟ୍ୟାଗ୍‌ ମିଳିଲେ ଯେକୌଣସି ଦ୍ରବ୍ୟର ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ଭାଲ୍ୟୁ ବଢ଼ିଯାଇଥାଏ । ରପ୍ତାନିକୁ ପ୍ରୋତ୍ସାହନ ମିଳିଥାଏ। ପର୍ଯ୍ୟଟକଙ୍କୁ ମଧ୍ୟ ଅନେକାଂଶରେ ଏହା ଆକର୍ଷିତ କରିଥାଏ । ଏହାଛଡ଼ା, ଜିଆଇ ଟ୍ୟାଗ୍‌ ଥିଲେ ଯେକୌଣସି ଦ୍ରବ୍ୟ ବା ପଦାର୍ଥର ଅନଧିକୃତ ବ୍ୟବହାରକୁ ସହଜରେ ରୋକାଯାଇ ପାରିବ । ଅପବ୍ୟବହାର ଉପରେ ଅଙ୍କୁଶ ଲଗାଯାଇ ପାରିବ।

ଜିଆଇ ଟ୍ୟାଗ୍‌ ହାସଲ ପାଇଁ ‘କେନ୍ଦ୍ରାପଡ଼ା ରସାବଳି’ର ଯୋଗ୍ୟତା ବା ସାମର୍ଥ୍ୟ ଅଛି ତ’? ଐତିହାସିକ ଓ ସଂସ୍କୃତି ଗବେଷକମାନେ ଏ ଦୃଷ୍ଟିରୁ ଏକମତ ଯେ ଯୋଗ୍ୟତାର ସବୁ ମାପଦଣ୍ଡ, ମାନଦଣ୍ଡର ଊଦ୍ଧ୍ୱର୍ରେ ରହିଛି ‘ରସାବଳି’ । ପ୍ରଥମତଃ, ଶ୍ରୀମନ୍ଦିରରେ ପ୍ରଚଳିତ ‘ଛପନ ଭୋଗ’ ଭିତରେ ରହିଛି ଏହାର ସ୍ଥାନ । ଦଶମ ଶତାବ୍ଦୀର ପବିତ୍ର ଗ୍ରନ୍ଥ ସ୍କନ୍ଦ ପୁରାଣରେ ଛପନ ଭୋଗ ଓ ରସାବଳି ସଂପର୍କରେ ବିସ୍ତୃତ ବର୍ଣ୍ଣନା ରହିଛି । ଏଣୁ ‘ରସାବଳି’ ଦଶମ ଶତାବ୍ଦୀ ପୂର୍ବ ସମୟର ବୋଲି ମଧ୍ୟ କୁହାଯାଇପାରେ । ଏହାଛଡ଼ା, ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ରଚିତ ଓଡ଼ିଆ କାବ୍ୟ ନୀଳାଦ୍ରି ମହୋତ୍ସବରେ ‘ରସାବଳି’ ସଂପର୍କରେ ଉଲ୍ଲେଖ ରହିଛି । ପଞ୍ଚଦଶ ଶତାବ୍ଦୀରେ ରଚିତ ନୀଳାଦ୍ରି ମହୋଦୟର ଷୋଡ଼ଶ ଅଧ୍ୟାୟରେ ମଧ୍ୟ ରସାବଳିର ପ୍ରସ୍ତୁତି ଉପକରଣ ସଂପର୍କରେ ପରୋକ୍ଷ ବର୍ଣ୍ଣନା ରହିଛି।

ସମ୍ବନ୍ଧିତ ଖବର