PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ସମ୍ବଲପୁର କୋର୍ଟ ପରିସରରେ ହତ୍ୟା ଘଟଣା, ହତ୍ୟାକାରୀ ରମେଶ କୁମ୍ଭାରଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ରାୟଗଡା : ୧୦ କି.ମି ବୁହା ହୋଇ ମେଡିକାଲ ଆସିଲେ ମୁନିଗୁଡା ବ୍ଲକ ଉଚେତପାରୁ ଗ୍ରାମର ଜଣେ ରୋଗୀ
  • ||
  • କଟକ : ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ବୋର୍ଡରୁ ବିଭିନ୍ନ ଜିଲ୍ଲା ଅଧିକାରୀଙ୍କ ନିକଟକୁ ଗଲା ପ୍ରଶ୍ନପତ୍ର
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା – ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଆବେଦନ , CBI ପକ୍ଷରୁ ସିବିଆଇର ସ୍ପେଶାଲ ସିଜେଏମ୍‌ କୋର୍ଟରେ ଆବେଦନ
  • ||
  • ଆଠଗଡ଼ : କୋଭିଡ୍ କଟକଣାରେ ହେବ ଧବଳେଶ୍ୱରଙ୍କର ଜାଗର ଯାତ୍ରା, ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ନେଇ ନିଷ୍ପତ୍ତି ନିଆଯିବ , ଆଠଗଡ଼ ଉପ ଜିଲ୍ଲାପାଳ ଅଜାମ୍ୱର ମହାନ୍ତିଙ୍କ ସୂଚନା
  • ||
  • ନୀଳଗିରି : ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗରେ ପରୀକ୍ଷା ଫଳ ପ୍ରକାଶରେ ଅହେତୁକ ବିଳମ୍ବ, ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବାକୁ ଛାତ୍ରଛାତ୍ରୀଙ୍କ ଚେତାବନୀ
  • ||
  • ଅନୁଗୁଳ : ନାଲକୋନଗର ଥାନା ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ୧୯ ତାରିଖରୁ ନିଖୋଜ ଥିଲେ ସୁଶାନ୍ତ ରାଉଳ
  • ||
  • ସମ୍ବଲପୁର: ଭାଲୁପାଲିରେ ଅଜଣା ଗାଡି ଧକ୍କାରେ ମହିଳା ମୃତ୍ୟୁ, ମିଳିନି ପରିଚୟ
  • ||
  • ଅନୁଗୁଳ: ନିଖୋଜ ବ୍ୟକ୍ତିଙ୍କ ଅର୍ଦ୍ଧ୍ବଦଗ୍ଧ ମୃତଦେହ ଉଦ୍ଧାର, ଆମ୍ବତୋଟାରୁ ମିଳିଲା ଗଳିତ ମୃତଦେହ, ଗତ ୧୯ତାରିଖରୁ ନିଖୋଜ ଥିଲେ
  • ||
  • ଭୁବନେଶ୍ଵର : ୧୦ ଜଣ ସଚିବଙ୍କୁ ମିଳିଲା ୧୦ ଜିଲ୍ଲା ଦାୟିତ୍ଵ, ସ୍ଵାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର କରିବେ ତଦାରଖ
  • ||
  • କୋରାପୁଟ: ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କଲା ପଟ୍ଟାଙ୍ଗି ପୋଲିସ, ୩ ଅଟକ
  • ||
  • ତିହିଡି: ନନ୍ଦପୁରବଜାରଠାରୁ ୨୩ ଲଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୁଲିସ
  • ||
  • ମାଲକାନଗିରି: ଘର ମାଲିକଙ୍କୁ ମିଠାରେ ନିଶାଦେଇ ଲୁଟିଲେ ଭଡାଟିଆ ଯୁବକ, ୩୫ ଲକ୍ଷ ଟଙ୍କାର ସୁନାଗହଣା ନେଇ ମାରିଲେ ଛୁ…
  • ||
  • କୋରାପୁଟ : ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ , ସୁଙ୍କି ଆଉଟ୍‌ ପୋଷ୍ଟ ନିକଟରୁ ଜବତ କଲା ପଟାଙ୍ଗି ପୁଲିସ୍‌
  • ||
  • ଦେଓଗାଁ ଥାନା ଅନ୍ତର୍ଗତ କଛାରପାଲି ନିକଟରେ ରାସ୍ତା କଡ଼କୁ ଓଲଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
  • ||
  • ମୟୁରଭଞ୍ଜ : ଶିଶୁ ଶ୍ରମିକ ଚାଲାଣ ବେଳେ ପୋଲିସର ଚଢାଉ, ଉଦଳା ବସଷ୍ଟାଣ୍ଡ ନିକଟରୁ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଉଦଳା ପୋଲିସ, ୨ ମହିଳା ଦଲାଲ ଅଟକ
  • ||
  • ସମ୍ୱଲପୁର ଭିସୁଟ୍‌ରେ ୨୫ କୋଭିଡ୍‌ ପଜିଟିଭ୍‌ ପ୍ରସଙ୍ଗ -ଆଣ୍ଟିଜେନ୍‌ କିଟ୍‌ ଖରାପରୁ ରିପୋର୍ଟ ପଜିଟିଭ ଆସିଥିଲା , ଏନେଇ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା
  • ||
  • କୋହଲି ହାସଲ କଲେ ଖାସ୍‌ ସଫଳତା , ରୋନାଲ୍ଡୋଙ୍କର କ୍ଲବ୍‌ରେ ହେଲେ ସାମିଲ୍, ଇନ୍‌ଷ୍ଟାଗ୍ରାମ୍‌ରେ କୋହଲିଙ୍କ ଫଲୋୟରଙ୍କ ସଂଖ୍ୟା ୧୦୦ ମିଲିୟନରେ ପହଞ୍ଚିଲା
  • ||
  • ସମ୍ବଲପୁର: ବୁର୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପଶିଲା କରୋନା , ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ସ୍କୁଲ ବନ୍ଦ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଦେଉଳି ଗ୍ରାମ ପଞ୍ଚାୟତର ଗୋପୀନାଥପୁର ଖଣିରେ ଚଢ଼ାଉ, ୭ଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ
  • ||

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଆଜି ତିନିଜଣ ଯୁବକ ଆତା୍ମହୁତି ଉଦ୍ୟମ କରିଥିଲେ । ହେଲେ ପୁଲିସ ଏହା ଜାଣିପାରି କିଛି ଅଘଟଣ ଘଟିବା ପୂର୍ବରୁ ସେମାନଙ୍କୁ ଉଦ୍ଧାର କରିଛି । ସେମାନେ ହେଲେ କଟକ ଜିଲ୍ଲା ବାହାଙ୍ଗାର ସପ୍ତଜ୍ୟୋତି ରାଉଳ, ଶ୍ରୀନିବାସ ଦୋରା ଓ ପୁରୀର ମନୋରଞ୍ଜନ ସାହୁ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଥଇଥାନ ବ୍ୟବସ୍ଥା ଅନୁଯାୟୀ ଚାକିରି ପାଉ ନଥିବାରୁ ସମସ୍ତେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ସପ୍ତଜ୍ୟୋତିଙ୍କ ବାପା ଶିକ୍ଷା ବିଭାଗରେ ଚାକିରି କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ପ୍ରତିପୋଷଣ ପାଇଁ ରିହାବିଲେସନ ସ୍କିମ୍‌ ଜରିଆରେ ସେ ଚାକିରି ପାଇଁ ଶିକ୍ଷା ବିଭାଗରେ ଆବେଦନ କରିଥିଲେ । ଇତିମଧ୍ୟରେ ୨୦ ବର୍ଷ ବିତିଥିଲେ ହେଁ ସେମାନଙ୍କୁ ଚାକିରି ମିଳିନି । ଯେଉଁ ଅଫିସକୁ ଯାଉଛନ୍ତି ସବୁଠି ଲାଞ୍ଚ ମାଗୁଛନ୍ତି । ୨୦୧୩ ମସିହା ପୂର୍ବରୁ ଯେଉଁ ସରକାରୀ ଚାକିରିଆଙ୍କ ମୃତ୍ୟୁ ଘଟିଥିବ ତାଙ୍କ ସନ୍ତାନ କିମ୍ବା ସ୍ତ୍ରୀ ଚାକିରି ପାଇବେ ବୋଲି ଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲା ।
ଅନୁରୂପ ଭାବେ ଶ୍ରୀନିବାସ, ମନୋରଞ୍ଜନ ମଧ୍ୟ ଚାକିରି କ୍ଷେତ୍ରରେ ଥଇଥାନ ହୋଇ ନ ପାରି ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି । ନ୍ୟାୟ ଆଶାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ବାରମ୍ବାର ଦୌଡିଛନ୍ତି । କିନ୍ତୁ କିଛି ଫଳ ମିଳିନି । ଶେଷରେ ସବୁଦିଗରୁ ନିରାଶ ହୋଇ ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ୩ଜଣ କିରାସିନି ଢାଳି ହୋଇ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ତେବେ ଗୁଇନ୍ଦା ବିଭାଗରୁ ଖବର ପାଇ କମିଶନରେଟ୍‌ ପୁଲିସ ଠିକଣା ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ସେଠାରେ ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡିଛି ।