PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ପରିବାରକୁ ପୁରୁଷ ଶୂନ୍ୟ କରିଦେଲା କରୋନା: ତିନି ପୁଅ ପରେ ଆଖି ବୁଜିଲେ ବାପା, ଜୀବନ ସହ ସଂଗ୍ରାମ କରୁଛନ୍ତି ମା’

ଓଡ଼ାପଡ଼ା,୩୧/୦୫: ହସଖୁସିର ସଂସାରକୁ ଛାର୍‌ଖାର୍‌ କରିଦେଇଛି ମହାମାରୀ । ମୃତ୍ୟୁର ବିଭୀଷିକା ରଚି ଚାଲିଛି କରୋନାର ଦ୍ୱିତୀୟ ଲହର । ପରିବାରକୁ ପୁରୁଷ ଶୂନ୍ୟ କରିଦେଇଛି ଅଦୃଶ୍ୟ ଭୂତାଣୁ । ଜଣକ ପରେ ଜଣେ ଏପରି ତିନି ପୁଅଙ୍କ ସହ ବାପାଙ୍କ ଜୀବନ ନେଇଛି କରୋନା । ମା’ ଏବେ କୋଭିଡ୍‌ ହସ୍ପିଟାଲ୍‌ରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଗୁଣଦେଇ ପଞ୍ଚାୟତ ଅନ୍ତର୍ଗତ ମାହାଦିଆ ଗ୍ରାମରେ ।

ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ମହାଦିଆ ଗ୍ରାମର ବାସିନ୍ଦା ପଞ୍ଚାନନ ଲେଙ୍କା (୭୫), ପତ୍ନୀ ପ୍ରେମଲତା (୭୨), ପୁଅ ନିରଞ୍ଜନ(୫୦), ସୁଶାନ୍ତ (୪୫) ଓ ସୁରେଶ(୪୨)ଙ୍କୁ ନେଇ ତାଙ୍କ ପରିବାର । ୩ ମାସ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ବଡ଼ପୁଅ ନିରଞ୍ଜନ । ଢେଙ୍କାନାଳ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବଡ଼ପୁଅର ମୃତ୍ୟୁରେ ଦୁଃଖରେ ପରିବାର ଲୋକେ ଭାଙ୍ଗିପଡ଼ିଥିଲେ । ହେଲେ ଏତିକିରେ ଦୁଃଖ ସରିନଥିଲା । ସପ୍ତାହେ ପୂର୍ବେ ପୂରା ପରିବାର କରୋନା କବଳିତ ହୋଇଥିଲେ । ମହାଦିଆ ଗ୍ରାମରୁ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରେ ପଞ୍ଚାନନଙ୍କ ସମେତ ତାଙ୍କ ପତ୍ନୀ ଓ ଦୁଇ ପୁଅ ରହିଥିଲେ । ସମସ୍ତେ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଆଡ଼କୁ ଯାଉଥିବାରୁ ସମସ୍ତେ ଢେଙ୍କାନାଳ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଗତ ୨୭ ତାରିଖ ଗୁରୁବାର ମଝିଆ ପୁଅ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଦିନକ ପରେ ଅର୍ଥାତ୍‌ ୨୮ ତାରିଖରେ ସାନପୁଅ ସୁରେଶଙ୍କ ଜୀବନ ଦୀପ ଲିଭିଯାଇଥିଲା । ପରଦିନ ଅର୍ଥାତ୍‌ ଶନିବାର ପଞ୍ଚାନନ ମଧ୍ୟ କରୋନା ଆଁ’ରେ ପଡ଼ି ମୃତ୍ୟୁ ବରଣ କରିଥିଲେ ।

ପୂରା ପରିବାରକୁ ପୁରୁଷ ଶୂନ୍ୟ କରିଦେଇଛି ମହାମାରୀ । ଛାର୍‌ଖାର୍‌ ହୋଇଯାଇଛି ହସଖୁସିର ସଂସାର । ପଞ୍ଚାନନଙ୍କ ପତ୍ନୀ ପ୍ରେମଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବେଳେ ସେ କୋଭଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତିନିପୁଅ ସହ ବାପାଙ୍କ ମୃତ୍ୟୁ ଭଳି ହୃଦୟ ବିଦାରକ ଘଟଣା ଜିଲ୍ଲାବାସୀଙ୍କୁ ଦାରୁଣ ଦୁଃଖ ଦେଇଛି ।

କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବା ବେଳେ ଅମାନିଆ କିନ୍ତୁ ମାନିବାକୁ ନାରାଜ୍‌ । ମହାଦିଆ ଗ୍ରାମକୁ ପ୍ରଶାସନ କଣ୍ଟେନମେଣ୍ଟ୍‌ ଜୋନ୍‌ କରିଥିବା ବେଳେ ସଂକ୍ରମିତଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ସଂକ୍ରମିତ ଖୋଲାଖୋଲି ଭାବେ ବୁଲୁଛନ୍ତି । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉନଥିବା ବେଳେ ସେମାନଙ୍କୁବାରଣ କରିବାକୁ କେହି ନାହିଁ । ଯାହା ଫଳରେ ଗ୍ରାମରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଘର ସହ ସମଗ୍ର ଗ୍ରାମକୁ ସାନିଟାଇଜ୍‌ କରିବା, ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ସହ ପଞ୍ଚାୟତରେ ଆଉ ଏକ ପରୀକ୍ଷଣ ଶିବିର କରି ସନ୍ଦିଗ୍ଧଙ୍କ କୋଭିଡ୍‌ ପରୀକ୍ଷା କରିବାକୁ ମହାଦିଆ ଗ୍ରାମର ସମାଜସେବୀ ଅନ୍ତର୍ଯ୍ୟାମୀ ବରାଳ ଦାବି କରିଛନ୍ତି ।