PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠାରୁ ଡବ୍ଲ୍ୟୁଇଏଫ୍‌ ବାର୍ଷିକ ବୈଠକ, ଜଳବାୟୁ ପରିବର୍ତ୍ତନ ଉପରେ ହେବ ଆଲୋଚନା: ଏଜେଣ୍ଡାରେ ବିଶ୍ୱ ଆର୍ଥିକ ସୁଧାର
  • ||
  • ଭୁବନେଶ୍ଵର: ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫ ଜଣ କରୋନା ପଜିଟିଭ
  • ||
  • ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌, କଟକ କ୍ରାଇମବ୍ରାଞ୍ଚ୍‌ରେ ଦେଲେ ଏତଲା
  • ||
  • ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଡ୍ରାଇଭର୍ ସମେତ ୨ ମୃତ
  • ||
  • ସରିଲା ଆବେଦନ, ଜୁଲାଇ ୧୭ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ୧୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ପୁଣି ବିବାଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାତି ଅଧିଆ ହେଲା ଜିପିଆର୍‌ଏସ୍ ସର୍ଭେ
  • ||
  • ଦେଶବ୍ୟାପୀ ଖାଉଟିଙ୍କୁ ବଡ ଆଶ୍ବସ୍ତି: ପେଟ୍ରୋଲ ୯.୫୦ ଏବଂ ଡିଜେଲ ଲିଟର ପ୍ରତି କମିଲା ୭ଟଙ୍କା
  • ||
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ଏୟାର ଷ୍ଟ୍ରାଇକରେ ଧ୍ବସଂ ହୋଇଛି ଆଝାରର ୩ ଷ୍ଟାରର ଶିଶାମହଲ

ନୂଆଦିଲ୍ଲୀ,୫।୩:ପାକିସ୍ତାନରର ବାଲକୋଟରେ ପଶି ଭାରତୀୟ ବାୟୁସେନାର ଯବାନ ଆତଙ୍କବାଦୀ ମାସୁଦ ଆଝାରର ଯେଉଁ ଆତଙ୍କୀ ଶିବିରକୁ ଧ୍ବଂସ କରିଥିଳେ ତାହା ଟେରର କ୍ୟାମ୍ପ ୩ଷ୍ଟାର ଥିଲା। ସେଥିରେ ଶିଶା ମହଲ ଓ ମସ୍କିନ ମହଲ ଥିଲା। ଏଥିରେ ଆତଙ୍କବାଦୀଙ୍କ ପାଇଁ ସବୁ ପ୍ରକାର ସୁଖ ସୁବିଧା ରହିଥିଳା। କେବଳ ସେତିକି ନୁହେଁ ଆତଙ୍କବାଦୀଙ୍କ ଟେରର କ୍ୟାମ୍ପ ଦେଇ  ନ୍ୟାସନାଲ ହାଇଓ୍ବେ -୧୫ ଯାଇଥିବା ବେଳେ ସେଠାରେ ଆତଙ୍କବାଦୀଙ୍କ ଏକ ଟ୍ରେନିଂ କ୍ୟାମ୍ପ ମଧ୍ୟ ରହିଥିଲା। ଜୈଶ ମୁଖ୍ୟ ମାସୁଦ ଆଝାର ବାଲକୋଟରେ ୩ଷ୍ଟାର ଶିଶା ମହଲ ତିଆରି କରି ରଖିଥିଲା।  ବାଲକୋଟ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବସଂ ହେବାର ଖବର ସାରା ବିଶ୍ବ ଦେଖିଛି। ସମସ୍ତେ ଦେଖିଛନ୍ତି ବାୟୁସେନା କିଭଳି ଏହି ଆତଙ୍କୀ ଫ୍ୟାକ୍ଟ୍ରକିୁ ଧ୍ବସଂ କରିଛି। ତେବେ ଆସନ୍ତୁ ଜାଣିବା ଜୈଶର ଏହି କ୍ୟାମ୍ପରେ ଆଉ ସବୁ କ’ଣ ସୁଖ ସୁବିଧା ରହିଥିଲା।

ଏହା ଆତଙ୍କବାଦୀଙ୍କର କ୍ୟାମ୍ପ ହୋଇଥିଲେ ମଧ୍ୟ ବହୁ ସୁଖ ସୁବିଧା ରହିଥିଲା ଭିତରେ। ଏହାର ଟ୍ରେନିଂ କ୍ୟାମ୍ପରେ ୬୦୦ ରୁ ଅଧିକ ଆତଙ୍କବାଦୀ ଏକାଠି ୫ ରୁ ୬ଟି ବଡ ବଡ ବିଲ୍ଡିଂରେ ରହୁଥିଲେ। ଏହି ଆତଙ୍କବାଦୀଙ୍କୁ ମଦ୍ରାସାରେ ଶିକ୍ଷା ଗ୍ରହଣ କରାଯାଉଛି ବୋଲି କହି ଆତଙ୍କୀ ଟ୍ରେନିଂ ଦିଆଯାଉଥିଲା। ବାଲକୋଟର ଏହି ଆତଙ୍କୀ କ୍ୟାମ୍ପରରେ ଜୈଶର ମାଷ୍ଟରମାଇଣ୍ଡ କିଭଳି ଯୁବକ/ଯୁବତୀଙ୍କ ବ୍ରେନଓ୍ବାଶ୍ କରି ତାଙ୍କୁ ଆତଙ୍କୀ ଟ୍ରେନିଂରେ ସାମିଲ କରୁଥିଲେ ତାହାର ସବୁ ସୂଚନା ଭାରତୀୟ ଗୁଇନ୍ଦା ଏଜେନ୍ସି ନିକଟରେ ରହିଛି। ୬ ଏକର ପରିସୀମାରେ ଥିବା ଏହି ଆତଙ୍କୀ ଫ୍ୟାକ୍ଟ୍ରିରେ ମୁଖ୍ୟ ଟ୍ରେନିଂ କ୍ୟାମ୍ପ ମଦ୍ରାସା ପାଖରେ ଥିଲା। ଏହି ମଦ୍ରାସାର ଦୁଇଟି ପ୍ରବେଶ ଦ୍ବାର ରହିଥିଲା। ତାହା ହେଲା ଶିଶା ମହଲ ଓ ମସ୍କିନ ମହଲ। ପାକିସ୍ତାନୀ ସେନା ଓ ଆଇଏସ୍ ଏଠାରେ ରହୁଥିବା ଆତଙ୍କୀଙ୍କୁ ୩ଷ୍ଟାର ସୁବିଧା ପ୍ରଦାନ କରୁଥିଲା। ଯେପରି ସେମାନେ କାମରୁ ଫେରିନଯିବେ।

ଏଠାରେ ଆତଙ୍କବାଦୀଙ୍କ କମାଣ୍ଡରଙ୍କ ସହ ମାସୁଦ ଆଝାର ଏବଂ ତା’ର ଭାଇ ଅବଦୁଲ ରଉଫ ଟ୍ରେନିଂ ନେଉଥିବା ଆତଙ୍କବାଦୀଙ୍କ ବ୍ରେନଓ୍ବାଶ କରୁଥିଲେ। ଏହି କ୍ୟାମ୍ପରେ ଆତଙ୍କବାଦୀଙ୍କୁ ୩ ମାସ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯାଉଥିଲା। କ୍ୟାମ୍ପରେ ଏକେ-୪୭, ଏଲଏମଜି, ରକେଟ ଲଞ୍ଚର, ୟୁବିଜିଏଲ ଓ ହାଣ୍ଡଗ୍ରେନେଡ୍ ଚଳାଇବାର ଟ୍ରେନିଂ ଦିଆଯାଉଥିଲା। ଗରିଲା ଯୁଦ୍ଧ, କମ୍ୟୁନିକେସନ ଓ ଇଣ୍ଟରନେଟ ଓ ଜିପିଏସ୍ ମ୍ୟାପ୍ ଟ୍ରେନିଂ ଦିଆଯାଉଥିଲା। କେବଳ ସେତିକି ନୁହେଁ ଆତଙ୍କବାଦୀଙ୍କୁ ଅସ୍ତ୍ରଚାଳନା ଓ ଘୋଡା ସବାରୀ ଟ୍ରେନିଂ ଦିଆଯାଉଥିଲା

ସମ୍ବନ୍ଧିତ ଖବର