PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଆଜିଠୁ +୩ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ: ୧୦ରେ ବାହାରିବ ମେଧା ତାଲିକା

ଭୁବନେଶ୍ୱର ୨୬/୮ : ରାଜ୍ୟରେ ଥିବା ବିଭିନ୍ନ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜ ଗୁଡ଼ିକର ଯୁକ୍ତ ତିନି ପ୍ରଥମ ବର୍ଷରେ ନାମଲେଖା ସରିବା ପରେ ଖାଲି ପଡ଼ିଥିବା ୯୭, ୩୫୪ ସିଟ୍‌ ପାଇଁ ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଆସନ୍ତାକାଲିଠୁ ୩୧ ତାରିଖ ରାତି ୧୧ଟା ୫୯ ମିନିଟ୍‌ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଆବେଦନ କରିଥିଲେ ମଧ୍ୟ କୌଣସି କାରଣରୁ ନାମଲେଖାରୁ ବଞ୍ଚିତ ହୋଇଥିବେ ଅଥବା ପ୍ରଥମ ପର୍ଯ୍ୟାୟ ଆବେଦନ କରିପାରିନଥିବେ ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ । ଆବେଦନ କରିବା ପରେ ସେପ୍ଟେମ୍ବର ୪ ତାରିଖରେ ସାମ୍ସ ସେଣ୍ଟରରେ କମନ୍‌ ଆପ୍ଲିକେସନ୍‌ ଫର୍ମ(କ୍ୟାଫ୍‌)ର ହାର୍ଡ କପି ଦାଖଲ କରିବେ ।

ଏହା ପରେ ମେଧା ତାଲିକା ସେପ୍ଟେମ୍ବର ୧୦ ତାରିଖରେ ପ୍ରକାଶ ପାଇବ । ମେଧା ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟବିବେଚିତ ଛାତ୍ରଛାତ୍ରୀମାନେ ୧୦ରୁ ୧୨ ତାରିଖ ଭିତରେ ଅନ୍‌ଲାଇନ୍‌ରେ ଆଡମିଶନ୍‌ ଫି’ ଦାଖଲ କରିବେ । ୧୩ ତାରିଖ ଦିନ ନାମଲେଖାର ସମସ୍ତ ତଥ୍ୟ ଅନ୍‌ଲାଇନ୍‌ରେ ଅପଡେଟ୍‌ ହେବ ।ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୟୁଜର୍‌ନେମ୍‌ ଓ ପାସ୍‌ୱାର୍ଡ ଜେନେରେଟ୍‌ କରିଛନ୍ତି ସେମାନେ ଏହାକୁ ବ୍ୟବହାର କରି ପୁଣିଥରେ ଆବେଦନ କରିବେ ।

ଆବେଦନ ଓ ଆଡମିଶନ୍‌ ଫି କେବଳ ଅନ୍‌ଲାଇନ୍‌ରେ ଡିପୋଜିଟ୍‌ କରିହେବ । ପ୍ରଥମ ପର୍ଯ୍ୟାୟରେ ପାସ୍‌ ଓ ବ୍ୟାଙ୍କ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ ଏହି ପର୍ଯ୍ୟାୟରେ ସମାନ ହୋଇଥିବା ଆବଶ୍ୟକ । ଯଦି କୌଣସି ପାର୍ଥକ୍ୟ ଦେଖାଯାଏ ତେବେ ସେମାନେ ପ୍ରଥମ ପର୍ଯ୍ୟାୟରେ ଆଡ୍‌ମିଶନ ଫି’ ଆଉ ଫେରି ପାଇବେ ନାହିଁ ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସମୁଦାୟ ୧୦୪୭ ଡିଗ୍ରୀ ତଥା ସ୍ୱୟଂଶାସିତ କଲେଜର ୨ ଲକ୍ଷ ୬୧ ହଜାର ୭୬୨ ସିଟ୍‌ ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ହୋଇଥିଲା । ହେଲେ ଏହି ପର୍ଯ୍ୟାୟରେ ସମୁଦାୟ ୧ ଲକ୍ଷ ୬୪ ହଜାର ୪୦୮ ସିଟ୍‌ ପୂରଣ ହେବା ପରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ୯୧, ୪୨୪ ସିଟ୍‌ ଖାଲି ପଡ଼ିଥିବାବେଳେ ସଂସ୍କୃତରେ ୫, ୯୩୦ ସିଟ୍‌ ଖାଲି ପଡ଼ିଛି ।

ସମ୍ବନ୍ଧିତ ଖବର