ଡିସେମ୍ବର ସୁଦ୍ଧା ୩୦ କୋଟି ଡୋଜ୍ ପ୍ରସ୍ତୁତ କରିବ ସିରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ ୧୮/୧୦: ସିରମ ଇନଷ୍ଟିଚ୍ୟୁଟ୍(ଏସଏସଆଇ) କହିଛି କି ସେ ଡିସେମ୍ବର ସୁଦ୍ଧା କରୋନା ଭ୍ୟାକସିନର ୩୦ କୋଟି ଡୋଜ୍ ପ୍ରସ୍ତୁତ କରିବ । ସଂସ୍ଥାର କାର୍ଯ୍ଯକାରୀ ନିର୍ଦ୍ଦେଶ ଡ. ସୁରେଶ ଯାଦବ କହିଛନ୍ତି ଯେ ଡିସିଜିଆଇରୁ ଲାଇସେନ୍ସ ମିଳିବା ପରେ ଟିକା ଲଞ୍ଚ୍ କରିଦିଆଯିବ । ସିରମ୍ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଏଷ୍ଟ୍ରେଜେନେକା ସହିତ ମିଶି ଭ୍ୟାକସିନ୍ ପ୍ରସ୍ତୁତ କରୁଛି । ଡା. ଯାଦବ କହିଛନ୍ତି ଯେ ସିରମ ୫ ଅଲଗା-ଅଲଗା ପ୍ରଡକ୍ଟ ଉପରେ କାମ କରୁଛି । ଯେଉଁ ଡୋଜ୍ ପ୍ରସ୍ତୁତ ହେବ ସେଥିରୁ ଅଧା ଭାରତ ଓ ଅଧା ମିଲିଣ୍ଡା-ବିଲ୍ ଗେଟ୍ସ ସଂସ୍ଥା ଗୈଭି ଜରିଆରେ ଗରିବ ଦେଶକୁ ସାହାଯ୍ୟ ପାଇଁ ପଠାଯିବ ।

ଋଷ୍ ଭ୍ୟାକସିନର ଟ୍ରାଏଲ ନେଇ ସୁପାରିଶ
ସିଡିଏସସିଓର ଏକ୍ସପର୍ଟ କମିଟି ଭାରତରେ ଋଷ୍ ଭ୍ୟାକସିନ୍ ସ୍ପୁଟନିକ୍ ୫ର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲର ସୁପାରିଶ କରିଛି । ୨ ଦିନରେ ମଞ୍ଜୁରି ମିଳିପାରେ ।

କେବେ ମିଳିବ ଟୀକା ?
ଡ. ଯାଦବଙ୍କ କହିବାନୁସାରେ ‘ଆମେ ଡିସେମ୍ବରରେ ନିୟାମକ ଡିସିଜିଆଇର ତୃତୀୟ ପର୍ଯ୍ୟାୟର ଟ୍ରାଏଲ୍ ଡାଟା ଉପଲବ୍ଧ କରାଇବୁ । ନିୟାମକ ସନ୍ତୁଷ୍ଟ ହେଲେ ଆମକୁ ମାର୍କେଟିଂ ପାଇଁ ଅନୁମତି ସହିତ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ମଧ୍ୟ ଲାଇସେନ୍ସ ମିଳିପାରିବ ।’ ଏହାପରେ ଧିରେ ଧିରେ ଟୀତା ବଜାରକୁ ଆସିବ ।

ପ୍ରଥମେ କାହାକୁ ମିଳିବ ?
ସିରମ କହିଛି କି ଟୀକା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦିଆଯିବା ଉଚିତ୍ । ଦ୍ୱିତୀୟ ନମ୍ବରରେ ୬୦ ବର୍ଷ ବୟସରୁ ବୟସ୍କ ଲୋକ । ୧୮ ବର୍ଷରୁ କମ୍ ବୟସ୍କ ଲୋକଙ୍କ ଉପରେ ବହୁତ କମ୍ ପରୀକ୍ଷଣ ଚାଲିଛି ଏଥିପାଇଁ ତାଙ୍କ ନମ୍ବର ପରେ ଆସିବ । ୧୮ରୁ ୫୦ ବର୍ଷ ବୟସ୍କ ନାଗରିକଙ୍କୁ ଶେଷରେ ଟୀକା ଲାଗିବ । ସିରମ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡର ଟୀକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଚାଲିଛି । ଡିସେମ୍ବରରେ ଟ୍ରାଏଲର ଫଳାଫଳ ଆସିସାରିଛି । ଭାରତ ବାୟୋଟିକର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍ ଜାରି ରହିଛି । ଚଳିତ ମାସରେ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍ ପୁରା ହେବ । ଏହାପରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ହେବ ।

ହରିୟାଣାରେ ଦେଢ ଲକ୍ଷରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା
ହରିୟାଣାରେ ଗୋଟିଏ ଦିନରେ ୧୧୭୭ ନୂଆ ରୋଗୀ ସାମ୍ନାକୁ ଆସିଛନ୍ତି । ୬ ରୋଗୀଙ୍କ ମୃତ୍ୟୁ ହୋଇଛି । କରନାଲ, ପଞ୍ଚକୁଲା, ପାନିପତ, ଭିବାନୀ, ଫତେହବାଦ ଓ ସିରସାରେ ଜଣ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୬୯୩ ହୋଇସାରିଛି । ଯଦିଓ ସଂକ୍ରମିତଙ୍କ ସଂଖ୍ୟା ୧,୪୯,୪୩୫ ହୋଇସାରିଛି । ୨୪ ଘଣ୍ଟାରେ ୧୩୧୮ ରୋଗୀ ଠିକ୍ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୩୭,୧୭୬ ରୋଗୀ ସୁସ୍ଥ ହୋଇଛନ୍ତି । ୧୦,୫୬୬ ରୋଗୀଙ୍କ ଚିକିତ୍ସା ଚାଲିଛି । ରାଜ୍ୟର ହାରାହାରି ସୁସ୍ଥ ରେଟ୍ ୯୧.୭୯ ପ୍ରତିଶତ । ସେହିଭଳି ପଞ୍ଜାବରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର୍ ହୋଇସାରିଛି । ଶନିବାର କରୋନାରେ ୨୨ ନୂଆ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ