PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ପୁଅର ମୃତ୍ୟୁକୁ ମାସେ ପୂରିଲା, ହେଲେ ବିଜେପି ବିଧାୟକଙ୍କ ଅଭିଯୋଗ ରଖୁ ନାହିଁ ପୋଲିସ୍

pic-ndtv

ହରଦୋଇ: ସରକାରରେ ଥାଇ ମଧ୍ୟ ସରକାରୀ କଳର ଅବ୍ୟବସ୍ଥାରେ ଅଣନିଃସ୍ୱାସୀ ନେତା। ପୁଅ ମରିବାର ମାସେ ହେଲାଣି, ହେଲେ ଅଭିଯୋଗ ଲେଖୁନାହିଁ ପୋଲିସ୍। ଉତ୍ତରପ୍ରଦେଶ ହର୍‌ଦୋଇ ଜିଲ୍ଲାର ବିଜେପି ବିଧାୟକ ରାଜକୁମାର ଅଗରୱାଲଙ୍କର ଏହି ଦୁର୍ଦ୍ଦଶା ହୋଇଛି। ଯୋଗୀ ସରକାରରେ ବିଧାୟକ ଥାଇ ମଧ୍ୟ ପୋଲିସ କଥା ଶୁଣୁନାହିଁ।

ଘରୋଇ ହସ୍‌ପିଟାଲ୍‌ର ଅବହେଳା ଯୋଗୁ ବିଜେପି ବିଧାୟକ ରାଜକୁମାରଙ୍କ ପୁଅଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଥିଲା। ହେଲେ ଘଟଣାକୁ ମାସେ ପୂରି ଯାଇଥିଲେ ବି ପ୍ରଭାବଶାଳୀ ଘରୋଇ ହସ୍‌ପିଟାଲ୍‌ ବିରୋଧରେ ମାମଲା ରୁଜ୍ଜୁ କରୁନି ପୋଲିସ୍। ବିଧାୟକ ରାଜକୁମାର ଖୋଦ୍ ଏହି ଅଭିଯୋଗ କରିଛନ୍ତି।

ହର୍‌ଦୋଇ ଜିଲ୍ଲାର ସାଣ୍ଡିଲିଆର ବିଧାୟକ ରାଜକୁମାର ଅଗରୱାଲ ଏନ୍‌ଆଇକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ତାଙ୍କ ୩୫ ବର୍ଷୀୟ ପୁଅର କୋଭିଡ୍ ପଜିଟିଭ୍ ହେବା ପରେ ଏପ୍ରିଲ ୨୬ ତାରିଖରେ କାକୋରୀର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ୨୬ ତାରିଖ ସକାଳେ ପୁଅର ଅକ୍ସିଜେନ ମାତ୍ର ୯୪ ଥିଲା। ସେ ଖାଉଥିଲା ଓ ଲଗାତର ଆମ ସହ କଥା ବି ହେଉଥିଲା। କିନ୍ତୁ ସନ୍ଧ୍ୟାରେ ହଠାତ୍‌ ଡାକ୍ତର ଫୋନ୍‌ କରି ପୁଅର ଅକ୍ସିଜେନ୍‌ ମାତ୍ର ହ୍ରାସ ପାଇଥିବା ଖବର ଦେଇଥିଲେ। ଏହାପରେ ଆମେ ବାହାରୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ଼ କରି ଆଣିଥିଲୁ, ହେଲେ ସେମାନେ ପୁଅ ପାଖରେ ଅକ୍ସିଜେନ୍‌ ପହଞ୍ଚିବାକୁ ଦେଲେ ନାହିଁ ବୋଲି ବିଧାୟକ ଅଭିଯୋଗ କରିଛନ୍ତି।  

ହସ୍‌ପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ଅବହେଳା ଯୋଗୁ ତାଙ୍କ ପୁଅର ମୃତ୍ୟୁ ହୋଇଛି ବୋଲି ବିଜେପି ବିଧାୟକ ରାଜକୁମାର ଅଗରୱାଲ ଦାବି କରିଛନ୍ତି। ଏଥିପାଇଁ ପୁଅକୁ ନ୍ୟାୟ ଦେବା ପାଇଁ ମାସେ ହେଲା ଥାନାକୁ ଦୌଡ଼ୁଥିଲେ ପୋଲିସ ଅଭିଯୋଗ ଲେଖୁ ନାହିଁ ବୋଲି ବିଧାୟକ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ” ସେହିଦିନ ହସ୍‌ପିଟାଲ୍‌ରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୁଁ ଏ ବିଷୟରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ପୋଲିସ କମିଶନର ଏବଂ ପୋଲିସ ଡିଜିଙ୍କୁ ଅଭିଯୋଗ କରିଥିଲି। ହେଲେ ଏପର୍ଯ୍ୟନ୍ତ ମୋ ଅଭିଯୋଗ ରେଜିଷ୍ଟର ହୋଇ ନାହିଁ। ମୁଁ ଦାବି କରୁଛି ଯେ ପୋଲିସ ହସ୍‌ପିଟାଲ୍‌ର ସିସିଟିଭି ଫୁଟେଜ୍ ଚେକ୍ କରୁ। ତେବେ ମୋ ପୁଅ ମୃତ୍ୟୁରେ କିଏ ଦାୟୀ ତାହା ଜଣାପଡ଼ିବ।” ଏଥିପାଇଁ ଦାୟିତ୍ୱରେ ଥିବା ଡାକ୍ତରମାନେ ଦଣ୍ଡିତ ହେବା ଦରକାର ବୋଲି ବିଧାୟକ କହିଛନ୍ତି।

ସୂଚନା ଥାଉକି, କରୋନାର ଦ୍ୱିତୀୟ ଲହରରେ ଅନ୍ୟ ରାଜ୍ୟ ଭଳି ଉତ୍ତରପ୍ରଦେଶ ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ଆଜି ୧୫୯ ଜଣଙ୍କର ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା  ୨୦ ହଜାର ହୋଇଛି। ଏବେ ଧୀର ଧୀରେ ରାଜ୍ୟରେ କରୋନା ସଂକ୍ରମଣ କମୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୪୦୨ ନୂ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଶୁକ୍ରବାର ସୁଦ୍ଧା ରାଜ୍ୟରେ ୫୨,୨୪୪ ସକ୍ରିୟ ମାମଲା ରହିଛି।