ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏକ ଅଖାରେ ୩୦ ଲକ୍ଷ ଟଙ୍କା ନେଉଥିବା ଜଣେ ଯୁବକକୁ ଉଠାଇ ନେଇଛି ଖଣ୍ଡଗିରି ଥାନା ପୁଲିସ୍‌

ଭୁବନେଶ୍ୱର : ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏକ ଅଖାରେ ୩୦ ଲକ୍ଷ ଟଙ୍କା ନେଉଥିବା ଜଣେ ଯୁବକକୁ ଉଠାଇ ନେଇଛି ଖଣ୍ଡଗିରି ଥାନା ପୁଲିସ୍‌ । ଯୁବକ ଜଣକ ହେଉଛନ୍ତି ଯାଜପୁର ଛତିଆ ଅଞ୍ଚଳର ମହାବୀର ପ୍ରସାଦ ଦାସ । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ, କାହାକୁ ଦେଇଥାନ୍ତେ? ଏନେଇ ପୁଲିସ ତନାଘନା ଚଳାଇଛି । ପାରଳାଖେମୁଣ୍ଡିରୁ ବସ୍‌ ଯୋଗେ ମହାବୀର ଟଙ୍କା ଭର୍ତ୍ତି ବ୍ୟାଗ୍‌ ନେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଆସିଥିଲେ ।

ପେଟ୍ରୋଲ ଟାଙ୍କି ପାଖରେ ବ୍ୟାଗ୍‌ରେ ଟଙ୍କା ରଖି ଅନ୍ୟ ଗାଡ଼ିକୁ ଅପେକ୍ଷା କରିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ପୁଲିସ ସେଠାରୁ ତାଙ୍କୁ ଅଖା ଭର୍ତ୍ତି ଟଙ୍କା ସହ ଥାନାକୁ ଉଠାଇ ଆଣିଥିଲା । କେଉଁଠୁ ଏତେ
ପରିମାଣର ଟଙ୍କା ଆଣିଲେ ବୋଲି ପଚରାଉଚରା ଚଳାଇଥିଲା । ଏତିକିବେଳେ ଖୁସବୁ ପ୍ରଡକ୍ସନର ମାଲିକ ପ୍ରଳୟ ପାଢୀ ଥାନାରେ ପହଞ୍ଚି ମହାବୀରଙ୍କୁ ନିଜ ସାଙ୍ଗ ବୋଲି ପରିଚୟ ଦେଇଥିଲେ । ତାଙ୍କ ପକ୍ଷରୁ ପକ୍ଷ ରଖି ପୁଲିସ୍‌କୁ କହିଥିଲେ ଯେ ତାଙ୍କର ତେଲ ମସଲାର ବେପାର ଚାଲିଛି । ଲକଡାଉନ୍‌ ଯୋଗୁଁ ଗଞ୍ଜାମ ଗଜପତି ଅଞ୍ଚଳରେ ବେପାରୀଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ବକେୟା ପଡ଼ିଥିଲା । ଯାହାକୁ ଆଦାୟ ପାଇଁ ସେ ମହାବୀରଙ୍କୁ ସେଠାକୁ ପଠାଇଥିଲେ । ତେବେ ଟଙ୍କା ବେଆଇନ ନୁହେଁ, ଏ ବାବଦରେ ସମସ୍ତ କାଗଜପତ୍ର ତାଙ୍କ ପାଖରେ ଅଛି ବୋଲି ପୁଲିସକୁ ପ୍ରଳୟ କହିଥିଲେ । ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି, ମହାବୀରଙ୍କୁ ଅଟକ ରଖାଯାଇଛି ।

ଟଙ୍କା କାରବାରର ଯାଞ୍ଚ ଚାଲିଛି । କାଗଜପତ୍ର ମଗାଯାଇଛି । କାଗଜପତ୍ର ଯାଞ୍ଚ ପାଇଁ ଆୟକର ବିଭାଗକୁ ଅବଗତ କରାଯାଇଛି । ଯଦି ଜବତ ଟଙ୍କା ସମ୍ପର୍କିତ କାଗଜପତ୍ର ନ ଦେଖାଇ ପାରନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଥାଉ କି, ପୂର୍ବରୁ ଏକାଧିକ ଥର ରାଜଧାନୀରୁ ବିପୁଳ ମାତ୍ରାରେ ଟଙ୍କା ଜବତ ହୋଇଛି । ୨୦୧୬ ନଭେମ୍ବର ୧୯ରେ ସହିଦନଗରରୁ ୩୦ ଲକ୍ଷ ଟଙ୍କାର କଳା ଧନ ଜବତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.